ହେଡଲାଇନସ୍:

ତିନିମାସର ସ୍କୁଲ ଫି ହ୍ରାସ ବା ଆଦାୟ ସ୍ଥଗିତ ରଖିବାକୁ ଘରୋଇ ଅନୁଷ୍ଠାନ ଗୁଡିକୁ ନବୀନଙ୍କ ପରାମର୍ଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ପରୀପ୍ରେକ୍ଷୀରେ  ସମ୍ପ୍ରତି ଜାରି ରହିଥିବା ଲକ ଡାଉନ ଓ ଲୋକଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗୁରୁତ୍ୱପୁର୍ଣ ନିଷ୍ପତ୍ତି | ଏପ୍ରିଲ ଠାରୁ ଜୁନ ମାସ ପର୍ଯ୍ୟନ୍ତ ତିନିମାସର ସ୍କୁଲ ଫି ହ୍ରାସ କରିବା ବା ଆଦାୟକୁ ସ୍ଥଗିତ ରଖିବା ପାଇଁ ସହୃଦୟତାର ସହ ବିଚାର କରିବା ପାଇଁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନଙ୍କୁ ପରାମର୍ଶ ଦେଇଛନ୍ତି | ଏହାଦ୍ୱାରା ଲକ ଡାଉନ ଯୋଗୁ ଯେଉଁ ଅଭିଭାବକମାନଙ୍କ ରୋଜଗାର  ଗୁରୁତର ଭାବେ ପ୍ରଭାବିତ ହୋଇଛି ସେମାନଙ୍କପାଇଁ ସହାୟକ ହୋଇପାରିବ ବୋଲି ଟୁଇଟ ଯୋଗେ ଆଶା ବ୍ୟକ୍ତ କରିଛନ୍ତି | 

CMO ଓଡିଶା @CMO_Odisha

In view of the lockdown & associated economic stress for #COVID19, #Odisha Govt advises all private educational institutions to be sympathetic to consider reduction/deferment of school fees from April to June. This will help the parents whose income have been adversely affected.

 ଦେଖିବାକୁ ରହିଲା, ମୁଖ୍ୟମନ୍ତ୍ରୀଙ୍କ ଏହି ସମୟଚିତ ତଥା ଗୁରୁତ୍ୱପୂର୍ଣ ପରାମର୍ଶକୁ କେତେଦୂର କାର୍ଯ୍ୟକାରୀ କରୁଛନ୍ତି | 

0
0
0
s2sdefault