ହେଡଲାଇନସ୍:

 ଚିନ୍ତାରେ ଲୋକେ, ପ୍ରଶାସନର କାର୍ଯାନୁଷ୍ଠାନକୁ ଅପେକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମାଞ୍ଚଳ ଗୁଡ଼ିକରେ ଚାଲିଛି ପ୍ରବଳ ଦେଶୀମଦ ବେପାର, ମାଳ ମାଳ ପ୍ରବାସ ଫେରନ୍ତା  

ସୁନ୍ଦରଗଡ଼/ Horachand Deuria  :- କରୋଣା ସଂକ୍ରମଣ ଭୁତାଣୁ ଯୋଗୁଁ ସାରା ବିଶ୍ୱ ଥରହର ଥିବାବେଳେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ସୁଚିନ୍ତିତ ପାଇଁ ଚାଳିଛି ୨୧ ଦିନପାଇଁ ସମ୍ପୂର୍ଣ୍ଣ ଦେଶ ଲକଡାଉନ | ଏହି ଲକଡାଉନ ର୍ ମୁଖ୍ୟ କାରଣ ସାଧାରଣ ଲୋକ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା କୁ ଗୁରୁତର ଦେବା ପାଇଁ   |  ଏହି କରୋଣା ସଂକ୍ରମଣ  ଭୁତାଣୁର୍ ନା ମେଡ଼ିସିନ ତିଆରି ହୋଇଛି ନା ବେକ୍ସିନ ତେଣୁ ଏହା ସାମାଜିକ ଦୂରତା ଅବହେଳା ଯୋଗୁଁ ହିଁ ବ୍ୟାପିବା ନେଇ ସରକାରଙ୍କ ପକ୍ଷରୁ ଦେଶର ହିତ ନିମନ୍ତେ ବାଧ୍ୟତାମୂଳକ ଭାବେ କରାଯାଇଛି ଲକଡାଉନ | କିନ୍ତୁ ଦେଶ ଲକଡାଉନ ହେବା କ୍ଷଣି  ସୁନ୍ଦରଗଡ଼ ଜିଲ୍ଲାକୁ ବିଭିନ୍ନ ରାଜ୍ୟକୁ କାମକରିବା ପାଇଁ ଯାଇଥିବା ଯଥା ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ତାମିଲନାଡୁ, ପଞ୍ଜାବ, ଜମ୍ବୁକାଶ୍ମୀର ଭଳି ରାଜ୍ୟରେ ଏହି ଜିଲ୍ଲାରୁ ପାଖାପାଖି ୫ହଜାର ନିର୍ମାଣ ନିର୍ମାଣ ଭାବେ କାର୍ୟ୍ଯ କରିବା ପାଇଁ ଯାଇଥିବା ବ୍ୟକ୍ତି ଏବେ ଏହି ଜିଲ୍ଲାକୁ ଫେରି ଆସିଛନ୍ତି ନିଜନିଜ ଘରକୁ | ହେଲେ ସେଇଥି ମଧ୍ୟରୁ ପାଞ୍ଚ ହଜାର ସରକାରୀ କାଗଜପତ୍ରରେ ହେଲେ ଆହୁରି ଅନେକ ବିନା କାଗଜପତ୍ରରେ  ଘୁରିବୁଲୁଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି | ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେହେତୁ ଲକଡାଉନ ସମୟରେ କାର୍ୟ୍ଯ କରିବା ପାଇଁ ଯାଇଥିବା ନିର୍ମାଣ ଶ୍ରମିକ ମାନେ ନିଜ ଘରକୁ ଫେରିଛନ୍ତି ସେମାନେ ନିଜ ପରିବାର ବର୍ଗ ଲୋକଙ୍କ ସହ ମଧ୍ୟ ନରହି ପାଖାପାଖି ୧୪ ଦିନ ଏକାନ୍ତ କକ୍ଷରେ ବୁଦ୍ଧିମାନ ହିସାବରେ ପରିବାର ଲୋକଙ୍କ ହିତକୁ  ଦେଖି ରହିବା କଥା କିନ୍ତୁ ଏମାନେ ନା ମାନୁଛନ୍ତି ପରିବାର ବର୍ଗଙ୍କ କଥା ନା ଶୁଣୁଛନ୍ତି ସରକାରଙ୍କ କଥା ଏମାନେ ଚଲେଇଛନ୍ତି ଆତଙ୍ଗ ତାହା ସହିତ ଏମାନେ ନା ଶୁଣୁଛନ୍ତି ଗାଁ ଲୋକଙ୍କ କଥା ଭାବୁଛନ୍ତି ସେମାନେ ଗୋଟିଏ ଗୋଟିଏ ଅମରତ୍ୱ |  ଏମିତି ଘଟଣା ପ୍ରତେହ ଦିନ ଘଟୁଛି ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ କଟରା, ତୀଙ୍କୁଡା, ମେଘଡେଗା, ତୁରୁଙ୍ଗାଗଡ଼, ମହୁଳପାଲି, ରଙ୍ଗିଆ ମୁଣ୍ଡା ଗାଁ ଗୁଡ଼ିକରେ  | ଯାହା ପ୍ରାପ୍ତ ସୂଚନାରୁ ଜଣାପଡିଛି ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ମହୁଳପାଲି ଗ୍ରାମରେ ଗୋଟିଏ ଦେଶୀ ମଦଭାଟି ରହିଛି ତାହା ସରକାରୀ ନିୟମକୁ ଉଲଂଘନ କରି ଲକଡାଉନ ସମୟରେ ଏହି ବ୍ଲକ ଅନ୍ତର୍ଗତ ପ୍ରାୟତଃ ଗାଁ ଗୁଡ଼ିକରେ ଲୋକ ଲଗାଇ ଦେଶୀ ପାଉଜ ବେପାର ଜୋରସୋରରେ ଚଳାଇଛି ସ୍ଥାନୀୟ ଗ୍ରାମବାସୀମାନେ ଯେତେ ଅଭିଯୋଗ କିମ୍ବା ଦେଶୀ ମଦଭାଟି କୁ ବନ୍ଦ ରଖିବା ପାଇଁ କହିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ଦେଶୀ ମଦଭାଟି ମାଲିକ ସରକାରଙ୍କ ଆଦେଶ କୁ ପାଳନ କୁ ମଧ୍ୟ ବେଖାତିର ସତେ ଯେମିତି ସେ ମାଲିକ ଭାବୁଛି ଇଂରେଜ ଶାସନ ସମୟର ସେ ଜଣେ ହିଟଲର |  ଲୋକେ ମଲେ କେତେ ବଞ୍ଚିଲେ କେତେ ତାର  ବେପାର କରିବାରେ ହେବା ଦରକାର ! ଦେଶୀ ମଦଭାଟି ମାଲିକ ନିଜର ପାଖାପାଖି ୨୦ ଜଣ କର୍ମଚାରୀ ରଖି ବାଇକ ଯୋଗେ  ସମସ୍ତ ଗ୍ରାମାଞ୍ଚଳରେ ଏହି ପାଉଜ ଦେଶୀମଦ ଯୋଗାଇ ଦିଆଯାଉଛି ଯାହା ଫଳରେ ଗ୍ରାମାଞ୍ଚଳରେ ଥିବା କୁଚିଆଁ ମଦ ବେପାରୀ ମାନେ ଭାଟି ମାଲିକ ଇଙ୍ଗିତରେ ଚଳେଇଛନ୍ତି  ବେପାର  |  ବାହାର ରାଜ୍ୟରୁ ନିଜ ଘରକୁ ଫେରିଥିବା ନିର୍ମାଣ ଶ୍ରମିକ ମାନେ ବାହାର ରାଜ୍ୟରୁ ଟଙ୍କା ପଇସା ରୋଜଗାର ଯାହା କରି କିଛି ଆଣିଥିବେ ଏହି ଅସୁବିଧା ସମୟରେ ପରିବାର ବର୍ଗଙ୍କ ପାଇଁ ଖର୍ଚ୍ଚ କରିବା ଜାଗାରେ  ଦେଶୀମଦପିଇ ଗାଁ ଗୁଡିକରେ ସାମାଜିକ ଦୂରତା  କିମ୍ବା ସ୍ୱଚ୍ଛତା କୁ ଗୁରୁତ୍ୱ ଦେଉନାହାନ୍ତି ରାସ୍ତା ଉପରେ ଚଳେଇଛନ୍ତି ଆତଙ୍କରାଜ !  ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଗ୍ରାମାଞ୍ଚଳରେ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା ଲାଗୁ କରିବା ସହ ମହୁଳପାଲି ଗ୍ରାମରେ ଥିବା ଦେଶୀ ମଦଭାଟିକୁ ସିଲ କରିବାକୁ ବିଭିନ୍ନ ସଚେତନତା ଗୋଷ୍ଠୀ, ବରିଷ୍ଠ ନାଗରିକ ମଞ୍ଚ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି |

 

0
0
0
s2sdefault