ହେଡଲାଇନସ୍:

 ବାହାର ରାଜ୍ୟର ଆଶ୍ରିତ ବ୍ୟକ୍ତିଙ୍କ ସୁବିଧା ଅସୁବିଧା ବୁଝିବା ସହ ଖାଦ୍ୟ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  :- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କରୋଣା  ସଂକ୍ରମଣ ଭୁତାଣୁକୁ ଆଖି ଆଗରେ ରଖି ଗତ ୨୪ ମଧ୍ୟ ରାତ୍ରିରେ ଘୋଷଣା କରାଗଲା ସମ୍ପୂର୍ଣ୍ଣ ଦେଶବ୍ୟାପୀ ଲକଡାଉନ | ଏହି ଲକଡାଉନ ଯୋଗେ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣ ଶ୍ରମିକ, ଟ୍ରକ ଡ୍ରାଇଭର, ଭଳି ବିଭିନ୍ନ କାର୍ୟ୍ଯ କରୁଥିବା ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଭିନ୍ନ ରାଜ୍ୟର ଏହି ଜିଲ୍ଲାରେ କାର୍ୟ୍ଯ କରନ୍ତି ଲକଡାଉନ ଘୋଷଣା ଯୋଗେ ବାହାର ରାଜ୍ୟର ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ମଲ୍ଟିଆକ୍ସେଲ ଡ୍ରାଇଭର ମାନେ କଣ କରିବେ କେହି ଚିନ୍ତା କରି ନପାରି ଯିଏ ଯେମିତି ପାରିଲା ନିଜ ରାଜ୍ୟ ଅଭିମୁଖେ ବାହାରିଗଲା ହଜାର ହଜାର ମଲ୍ଟିଆକ୍ସେଲ ଡ୍ରାଇଭର ମାନେ ମଲ୍ଟିଆକ୍ସେଲ ଯୋଗେ ନିଜ ନିଜ ରାଜ୍ୟକୁ ରାତାରାତି ତରବରିଆ ପଳାଇ ଯାଇଥିଲେ ମଧ୍ୟ ଅନେକ ଡ୍ରାଇଭର ଫସି ରହି ଯାଇଥିଲେ ସେମାନେ ବିଜୁଏକ୍ସପ୍ରେସ ୱ ରାସ୍ତା କପରେ ହଜାର ହଜାର ଲୋକ ପଡ଼ି ରହିଥିବା ଦେଖିବା ପାଇଁ ମିଳିଥିବା କିନ୍ତୁ ନା କୌଣସି ଢାଵା ଖୋଲା ନା କୌଣସି ହୋଟେଲ ଖାଇବେ କଣ ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାର ଏହିପରି ଗୁରୁତର ଅସୁବିଧାକୁ ନିଜନିଜ ପତ୍ରିକାରେ ପ୍ରକାଶିତ କରିବା ପରେ ପ୍ରଶାସନ ପକ୍ଷରୁ ବାହାର ରାଜ୍ୟର ରହିଯାଇଥିବା ନିର୍ମାଣ ଶ୍ରମିକ ଏବଂ ଡ୍ରାଇଭର ଠାରୁ ଆରମ୍ଭ କରି ବିଭିନ୍ନ କାର୍ୟ୍ଯକରି ନିଜ ଗୁଜୁରାଣ କରି ବଞ୍ଚୁଥିବା ବ୍ୟକ୍ତି ମାନଙ୍କୁ ପ୍ରଶାସନ ତରଫରୁ ଜିଲ୍ଲାର ସଦର ମହକୁମାରେ ଅବସ୍ତିତ ଥିବା କଲ୍ୟାଣ ମଣ୍ଡପ ଏବଂ ମାଦ୍ରିକାଲୋ ଭବନ ଠାରେ ରହିବା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଉପଲବ୍ଧ କରାଇଥିଲେ |  ଏହି ଆଶ୍ରିତ ଥିବା ବ୍ୟକ୍ତିଙ୍କୁ ଦୁଇବେଳା ଖାଇବା ପାଇଁ ସୁନ୍ଦରଗଡ଼ ମାରୁଆଡି ମଞ୍ଚ ପକ୍ଷରୁ ଯୋଗାଇ ଦିଆଯାଉଛି | ଗତକାଲି ବିଜୁଜନତା ଦଳ ପକ୍ଷରୁ ବିଜେଡ଼ି ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଜୟନରାୟଣ ତ୍ରିପାଠୀ, ବେଣୁଧର ତାଣ୍ଡିଆ, ସୁନୀଲ ମହାପାତ୍ର, ଅନିଲ ମହାପାତ୍ର ପ୍ରମୁଖ ତଥା ବେଜେଡ଼ି କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଶାସନ ପକ୍ଷରୁ ସମସ୍ତ ଅସୁବିଧା ସୁବିଧା ଉପରେ ଆଶ୍ରିତ ବ୍ୟକ୍ତି ମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ମାରୁଆଡ଼ି ମଞ୍ଚ ସଦସ୍ୟ ମାନଙ୍କୁ ଏହି ଖାଦ୍ୟ ଯୋଗେଇବା ଜାରୀ ରଖିବା ପାଇଁ ଅନୁରୋଧ କରିବା ସହ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରାଙ୍କ ଉପସ୍ଥିତିରେ ମଧ୍ୟାନ୍ନ ଭୋଜନ ଆଶ୍ରୟଙ୍କୁ ପରସି ଥିଲେ |

0
0
0
s2sdefault