ହେଡଲାଇନସ୍:

ଲକ୍‌ ଡାଉନ୍‌ ନିୟମକୁ ବେଖାତିର୍‌: ରେଢ଼ାଖୋଲ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ବେଆଇନ ମଦ ବିକ୍ରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି। ଓଡିଶା ସରକାର ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକ ଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଥିପାଇଁ ରାଜ୍ୟରେ ଲାଗିଥିବା ଲକ ଡାଉନ କଟକଣାକୁ ମଜଭୁତ କରାଯାଉଛି। ଏଥିପାଇଁ ଗତ କାଲି ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଘରୁ ଜରୁରୀ କାମରେ ବାହାରକୁ ବାହାରନ୍ତି ଏବଂ ସେ ମୁହଁରେ ମାସ୍କ ଲଗାଇନଥିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ଏସବୁ ପରେ ମଧ୍ୟ ସମ୍ବଲପୁର ଜିଲ୍ଲା ରେଢାଖୋଲ  ଅଞ୍ଚଳରେ କିଛି ଅସାମାଜିକ ଯୁବକ ଲକ ଡାଉନ କଟକଣାକୁ ଫୁର୍... କରି ଉଡେଇ ଦେଉଛନ୍ତି। ରାଜ୍ୟସରକାର ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ଅସାମାଜିକ ଯୁବକମାନେ ଦେଶୀମଦ ରାନ୍ଧି ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଯାହାଫଳରେ ବିକ୍ରି ହେଉଥିବା ଅଞ୍ଚଳକୁ ବହୁ ଦୂରଦୂରାନ୍ତରୁ ମଦ ପିଇବା ପାଇଁ ଲୋକ ରୁଣ୍ଡ ହେଉଛନ୍ତି। ଏହା ଦ୍ଵାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି।

ମିଳିଥିବା ସୂଚନା ଅନୁସାରେ କଦଳୀଗଡ ପଞ୍ଚାୟତ ର କିଛି ଗା଼ଁ ମାନଙ୍କ ରେ ଅନେକ ଯୁବକ ଏହି ମଦ ବିକ୍ରି କରୁଥିବାର ଅଭିଯୋଗ ହେଉଛି, ଏମାନେ କେନାଲ ପାର୍ଶ୍ୱରେ ଥିବା ବୁଦା ମାନଙ୍କରେ ମଦ ଲୁଚାଇ ପରିଚିତ ଥିବା ଗ୍ରାହକଙ୍କୁ ବିକ୍ରି କରୁଥିବା ଅଭିଯୋଗ ଆସୁଛି। କଦଳୀଗଡ ପଞ୍ଚାୟତ ର  କିଛି ଗ୍ରାମରୁ ଦେଶୀ ମଦ ଆଣି କୁକୁଡାବାହାଳୀ ପଞ୍ଚାୟତ ରାସ୍ତାଦେଇ ବିଭିନ୍ନ ଗାଁକୁ ଚାଲାଣ ହେଉଛି।

ଲକ୍‌ ଡାଉନ୍‌ ପାଇଁ ପୋଲିସ୍‌ର କଡା ପ୍ରହରା ଦେଉଥିବାରୁ ଏହି ମଦ ବ୍ୟବସାୟମାନେ ସକାଳ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜର ପସରା ଖୋଲୁଥିବାର ଜଣାପଡିଛି।  ଅବକାରୀ ବିଭାଗ କି ପୋଲିସ୍‌ ଏହି ଘଟଣାର ଟେର୍‌ ପାଉନଥିବାବେଳେ ଏହି ଅସାମାଜିକ ବ୍ୟକ୍ତି ଦ୍ବାରା ସଂକ୍ରମଣ ହେବାର ଆଶା ବଢୁଥିବାରୁ ଅବକାରୀ ବିଭାଗ ଏହା ଉପରେ କଡା ନଜର ରଖିବାକୁ ବୁଦ୍ଧିଜୀବୀମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି, ଲକଡାଉନକୁ ନେଇ ରେଢ଼ାଖୋଲ  ପୋଲିସ ଦ୍ଵାରା ବହୁ କଡା ପଦକ୍ଷେପ ନିଆଯାଉଥିବା ବେଳେ ଗାଁ ଗାଁ ଭିତରେ ଏପରି ଅସମାଜିକ କାର୍ଯ୍ୟପାଇଁ ଜନସାଧାରଣଙ୍କୁ ଚିନ୍ତାରେ ପକାଉଛି।

କରୋନା ପରି ବିଶ୍ଵମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଯଦି ନିଜେ ସଜାଗ ନ ହେବା ତେବେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ କିପରି ଦେଶକୁ କାରୋନାମୁକ୍ତ କରିପାରିବେ, ଏହା ଏକ ଚିନ୍ତାର ବିଷୟ ପାଲଟିଛି।

0
0
0
s2sdefault