ହେଡଲାଇନସ୍:

ଏଇ ଓମ୍ଫେଡ ବୁଥକୁ ଯଦି ଯାଇଛନ୍ତି ତେବେ ହୋମ କ୍ୱାରେଣ୍ଟାଇନରେ ରୁହନ୍ତୁ : ବିଏମସି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ସାଙ୍ଗ ସୁଖରେ ଯାଇ କୋଉ ଓମ୍ଫେଡ ଖଟିରେ ବସିଥିବା, ହେଲେ ଅଜାଣତରେ କରୋନା ନେଇ ଆସିଥିବା | କୋଉ ଓମ୍ଫେଡ ବା କୋଉ ଖଟିକୁ କେତେବେଳେ ଯାଈ  ସଙ୍ଗମେଳାରେ ଚା ପିଇ ଆସିଥିବେ ଆଉ ସାଙ୍ଗରେ କରୋନାକୁ ନେଇ ଆସିଥିବେ |  ଡାଇରେକ୍ଟ କଣ୍ଟାକଟ ନହେଇଥିଲେ ବି ରୋଗ ଆସିବାର ଆଶଙ୍କା ରହିଛି | ଆଉ ଏହା ଗପ ନୁହେ , ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ଆଶଙ୍କାପୁର୍ଣ ସୂଚନା ଦେଇଛି ଟୁଇଟ ମାଧ୍ୟମରେ  | ଗତକାଲି କରିଥିବା ଏକ ସମ୍ବେଦନଶୀଳ ଟୁଇଟ ନିଶ୍ଚିତ ଭାବେ ଚିନ୍ତାଜନକ | ବିଏମସି କରିଥିବା ଟୁଇଟରେ ଉଲ୍ଲେଖ କରିଛି ଯେ  "ଜଣେ କରୋନା ପୀଡିତ ବାରମ୍ବାର ତୋସାଳି ଭବନ ସମ୍ମୁଖସ୍ଥ ଓମଫେଡକୁ ଯାଇଥିବାର ସୂଚନା ମିକିଛି | ସେହି ଦୋକାନ ଓ ସେ ଅଂଚଳକୁ ସିଲ କରିଦିଆଯାଇଛି | ହେଲେ ସେ ଓମ୍ଫେଡ଼ ବୁଥକୁ ଗତ ୧୪ ଦିନ ଭିତରେ ଯାଇଥିବା ଜନସାଧାରଣଙ୍କୁ ଅନୁରୋଧ ଯେ ସେମାନେ ହୋମ କବାରେଣ୍ଟାଇନରେ ରହିବା ସହ କୋବିଦ ୧୯ ଲକ୍ଷଣ ଦେଖାଦେଲେ ୧୦୪ କୁ ଫୋନ କରି ଅବଗତ କରାଇବେ" 

" It is found that one of the #COVID19 +ve cases used to visit the below-mentioned place frequently. We have sealed the area & request citizens visiting the place in the last 14 days must home quarantine & call 104 in case of any COVID-19 symptoms. 

Your cooperation is appreciated "

 ତେବେ ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଅଧିକ ଯତ୍ନବାନ ହେବ ସହ ସତର୍କ ରହିବାର ଆବଶ୍ୟକତା ରହିଛି | 

0
0
0
s2sdefault