୭ ଜୁଆଡି ଗିରଫ ୧୪୬୨୦ ଟଙ୍କା ସହ ୨ ବାଇକ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ପୋଲିସ ପାଟ୍ରୋଲିଂ ସମୟରେ ଚଢଉ କରି ୭ ଜଣ ଜୁଆଡି ସମେତ ୧୪୬୨୦ ଟଙ୍କା, ୨ ଟି ବାଇକ, ୨ ଟି ମୋବାଇଲ, ସହ ୧୪୮ଟି ଦେଶି ମଦ ପାଉଚ ଜବତ କରିଛି । ସୂଚନା ଅନୁସାରେ ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ଙ୍କ ନେତୃତ୍ୱରେ ଏକ ପେଟ୍ରୋଲିଂ ଟିମ ସ୍ଥାନୀୟ ଏଲ ଆଇ ସି ଅଫିସ ପଛପଟେ ଥିବା ପୋଖରି ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ  ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଅତର୍କିତ ଚଢଉ କରିଥିଲା । ଚଢଉ ବେଳେ ଜୁଆ ଖେଳରେ ଲିପ୍ତ ଥିବା ଜୁଆଡି ମାନେ ପୋଲିସକୁ ଅଶ୍ରବ୍ୟ  ଭାଷାରେ ଗାଳି ଗୁଲଜ କରିବା ସହ ଜିବନରୁ ମାରି ଦେବାର ଧମକ ଦେଇଥିଲେ ଓ ଖସି ଯିବାକୁ ଉଦ୍ୟମ କରିଥିଲେ । ଶେଷରେ ପୋଲିସ ଟିମ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ୭ ଜଣ ଜୁଆଡିଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ୫ ପ୍ୟାକେଟ ତାସ, ୨ ଟି ମୋବାଇଲ, ୧୬୬୨୦ ଟଙ୍କା, ୧୪୮ଟି ଦେଶି ମଦ ପାଉଚ ଓ ୨ ଟି ବାଇକ ପୋଲିସ ଜବତ କରିଥିଲା । ଗିରଫ ହୋଇଥିବା ଜୁଆଡି ମାନେ ହେଲେ ସଦର ବ୍ଲକ ଅନ୍ତର୍ଗତ ପଗାରପାଣି ଗ୍ରାମର ଅଶୋକ ରାଉତ (୨୭), ସହିସପଡାର ଭବାନି ଶଙ୍କର ନାଏକ (୩୫), ତେଲିପଡାର କେଶବ କୁମାର ସାହୁ (୨୭), ନୂଆପଡା  ଶିବଶକ୍ତି ନଗରର ଅଭିନାଶ ନାଏକ (୨୭), ପି ଡବ୍ଲୁ ଡି କଲୋନିର ଆକାସ ପଟେଲ (୨୮), ରେଭ୍ୟୁନୁ କଲୋନିର ବିଜୟ କୁମାର ପୋଢ (୨୯) ଓ ଗଉଡପଡାର ମୋହନ ଗଉଡ (୨୪) । ଚାରିଆଡେ ଲଗ ଡାଉନ ଥିଲା ବେଳେ ଏପରି ଜୁଆ ଖେଳ ଓ ମଦ ବେପାର ପାଇଁ ଆଇପିସି ଧାରା ୨୯୪/୩୫୩/୫୦୬/୧୮୮/୨୬୯/୨୭୦/୩୪ ରେ ମାମଲା ରୁଜୁ କରି ଗିରଫ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ମହାକୁଡ ଆହୁତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନିରେ ଏଏସଆଇ ବିନୟ କେରକେଟା, ହୃଦୟ ମହାନନ୍ଦ, ହାବିଲଦାର ଜୁଗଧର ବାଗ, କନେଷ୍ଟବଳ ନନ୍ଦ କୁମାର ଦଣ୍ଡସେନା ଉପସ୍ଥିତ ଥିଲେ ।    

0
0
0
s2sdefault