ହେଡଲାଇନସ୍:

ଚାଇଲ୍ଡ ଲାଇନ ପକ୍ଷରୁ ବସ୍ତିବାସୀନ୍ଦାମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଚାଇଲ୍ଡ ଲାଇନ ପକ୍ଷରୁ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନମ୍ବର ୨୪ ବସ୍ତି ଅଞ୍ଚଳରେ ୫୦ଟି ପରିବାରକୁ ମୋଟ ୩ଶହଟି ମାଗଣା ବିଶୋଧିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ସଙ୍ଗଠନର ନିଦେ୍ର୍ଧଶକ ବିଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାସ୍କ କିଣିବା ନିମନ୍ତା ସାମର୍ଥ୍ୟ ନ ଥିବା ପରିବାରର ସଦସ୍ୟମାନଙ୍କୁ ସ୍ୱଧାର ଉଜ୍ଜ୍ୱଳା ଗୃହର ଅନ୍ତେବାସୀନୀମାନେ ପ୍ରସ୍ତୁତ କରିଥିବା ମାସ୍କଗୁଡ଼ିକୁ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ରାଜକିଶୋର ଦାଶ, ଯୁବ ସମାଜସେବୀ ରାଜେଶ ପାତ୍ର, ଚାଇଲ୍ଡ ଲାଇନ ସଦସ୍ୟ ଭାବଗ୍ରାହୀଆଚାର୍ଯ୍ୟ, ସଂଯୋଜକ ପ୍ରମୋଦ କିଶୋର ଚୌଧୁରୀ ଓ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏହି ମାସ୍କଗୁଡ଼ିକୁ ବଣ୍ଟନ କରିଥିଲେ । ଏହି ଅବସରରେ ବସ୍ତବାସିନ୍ଦାମାନଙ୍କୁ କରୋନାର ଭୂତାଣୁକୁ ପ୍ରତିହତ କରାଇବା ନିମନ୍ତେ ବାରମ୍ବାର ହାତକୁ କିପରି ସଫା କରିବାକୁ ହେବ ତାହା ଶିଖାଇବା ସହିତ ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କର ବ୍ୟବହାର ଉପରେ ପରାମର୍ଶ ଦେଇଥିଲେ । 

0
0
0
s2sdefault