ହେଡଲାଇନସ୍:

କରୋନା ପ୍ରସ୍ତୁତି :  ୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ନେଲେ ଅନଲାଇନ ପ୍ରଶିକ୍ଷଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ସଂପ୍ରତି କୋଭିଡ୍-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା  ନିମନ୍ତେ କଟକ ଏସସିବି ମେଡିକାଲ୍ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାରର ୫୦୦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଗାଇଡ଼୍ଲାଇନ୍ ଅନୁସାରେ ଜୁମ୍ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛିା

ଏସସିବି ମେଡିକାଲ୍ କଲେଜର  ଫାକଲ୍ଟି ସଦସ୍ୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ  ପ୍ରଶିକ୍ଷଣ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ ୪୩୪ ଜଣ ଛାତ୍ରଛାତ୍ରୀ ଅନଲାଇନ କୁଇଜ୍ରେ ଭାଗ ନେବା ନିମନ୍ତେ ପଂଜୀକରଣ କରିଥିଲେ | ଭାରତ ସରକାରଙ୍କ ପ୍ରଦତ୍ତ କୋଭିଡ୍ ସଂପର୍କିତ ମୋଡ୍ୟୁଲ ଗୁଡିକ  ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲା | 

500 MBBS Students provided Zoom Training

Bhubaneswar,(shasak prashasak ): To gear up the health services for any exigency or emergency situation due tothe COVID-19 outbreak, State Government imparted online training to 500 MBBS students through the Zoom Video Conferencing. The students are of 7th and 9th Semistar of SCB Medical College, Cuttack. Faculty members of SCB and World Health Organisation Officers imparted training. 434 students also registered in first hour for a specially designated online quiz after training. All relevant modules approved by Government of India shared in the training. 

 

0
0
0
s2sdefault