ହେଡଲାଇନସ୍:

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏମକେସିଜି  ମେଡିକାଲ୍ କଲେଜ୍, ଭିମ୍ସାରରେ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ପାଇଁ ଦାବି

 ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାର ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କୋଭିଡ୍-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦ କ୍ଷେପ ଗ୍ରହ ଣ କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ନୟି ମିତ ବ୍ୟବଧାନରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତିା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ସରକାର କୋଭିଡ୍-୧୯ ସଂକ୍ରମଣର ପ୍ରତିରୋଧ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତିା ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ୍ମାନଙ୍କରେ କୋଭିଡ୍-୧୯ର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତିା ଅନ୍ୟ ପକ୍ଷରେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଅଧୀନରେ ଆସୁଥିବା ଇଏସ୍ଆଇ, ନାଲ୍କୋ, ଏମ୍ସିଏଲ୍ ସହିତ ଭୁବନେଶ୍ୱରସ୍ଥିତ ଏମ୍ସକୁ କୋଭିଡ୍-୧୯ର ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି  ଜଣାଇଛନ୍ତିା

ଏହି ଚିଠିରେ କେନ୍ଦ୍ର ସରକାର ଭୁବନେଶ୍ୱରର ଆରଏମଆରସି , ଏମ୍ସ ସହ କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କୋଭିଡ୍-୧୯ ପରୀକ୍ଷା ବ୍ୟବସ୍ଥା ସଂପ୍ରସାରଣ କରିଥିବାରୁ ମନ୍ତ୍ରୀ ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଛନ୍ତିା ତେବେ ଭୁବନେଶ୍ୱର ଓ କଟକ ମଧ୍ୟରେ କୋଭିଡ୍-୧୯ର ପରୀକ୍ଷା ସୁବିଧା ସୀମିତ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତ ଅଞ୍ଚଳର ଜନସାଧାରଣ ଏହି ପରୀକ୍ଷା ସୁବିଧାରୁ ବଂଚିତ  ହେଉଛନ୍ତିା

ଏହି ଅସୁବିଧାକୁ ଦୃଷ୍ଟିରେ ରଖି  ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି କି କୋଭିଡ୍-୧୯ ପରୀକ୍ଷା ସୁବିଧା ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ୍, ବୁର୍ଲାର ଭିମ୍ସାର ପାଇଁ ବ୍ୟବସ୍ଥା କଲେ ସାରା ରାଜ୍ୟର ଜନସାଧାରଣ ଉପକୃତ ହୋଇପାରିବୋ ଏହା ସହିତ ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀର ଅତ୍ୟନ୍ତ ଆବଶ୍ୟକତା ରହିଛିା ଏସବୁ ଯୋଗାଇଦେଲେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆର୍ଜିଏଚ୍, ରାଉରକେଲା ହସ୍ପିଟାଲ୍ରେ ରୋଗୀ ସେବା ଓ ଚିକିତ୍ସାରେ ସହାୟକ ହୋଇପାରିବା 

ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ ପାଇଁ ଆବଶ୍ୟକ କିଟ୍ର ଅଭାବ ରହିଛିା ତେଣୁ ଏ ଦିଗରେ ପ୍ରାଥମିକତା ଦେଇ ପରୀକ୍ଷଣ କିଟ୍ର ଯୋଗାଣ ନିଶ୍ଚିତ କରିବା ଦିଗରେ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତିା

ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି  ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ କୋଭିଡ୍-୧୯ ପରୀକ୍ଷଣ ବ୍ୟବସ୍ଥା ବୃଦ୍ଧି, ଭେଣ୍ଟିଲେଟର ଯୋଗାଣ, କେନ୍ଦ୍ର ସରକାରୀ ଉଦ୍ୟୋଗ ଅଧୀନରେ ଆସୁଥିବା  ହସ୍ପିଟାଲ୍ଗୁଡ଼ିକର ଆବଶ୍ୟକତା ପୂରଣ ସହ ପିପିଇ, ପରୀକ୍ଷଣ କିଟ୍, ମାସ୍କ ଓ ସାନିଟାଇଜର ଯୋଗାଣ ଦିଗରେ ଗୁରୁତ୍ୱ ପ୍ରଦାନ କଲେ ରାଜ୍ୟର କୋଭିଡ୍-୧୯ ଚିକିତ୍ସାରେ ସୁଧାର ଆସିପାରିବା 

0
0
0
s2sdefault