ହେଡଲାଇନସ୍:

ଘରେ ପଶି ଦଳିଦେଲା ହାତୀ : ଚାଲିଗଲା ଦୁଇ ଜୀବନ, ୨ ଗୁରୁତର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ହାତୀ ବିତ୍ପାତ କମିବାର ଥମୁନି l ଦିନ କୁ ଦିନ ବଢି ଚାଲିଛି ହାତୀ ବିତ୍ପାତରେ ନିରୀହ ଗରିବ ଙ୍କ ଦୁଃଖ l ଆଜି ଯୁଯୋମୁରା ବ୍ଲକ କେଶାପାଲି ପଂଚାୟତର କୋଲପାଲି ଓ ନୂଆବରଙ୍ଗମାଳ ଠାରେ ହାତୀ ୨ ଜଣଂକର ଜୀବନ ନେଇଥିବା ବେଲେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି l କେଶାପାଲି  ସରପଞ୍ଚ ଉମାକାନ୍ତ ମିର୍ଦ୍ଧାଙ୍କ କୋଳପାଲି ସ୍ଥିତ ଘରେ ରାତି ୨ ଟା ବେଳକୁ ହାତୀ ଘର କାନ୍ଥ ଭାଙ୍ଗି ଦେବା ଫଳରେ ଘରେ ଶୋଇଥିବା ସରପଞ୍ଚ ଙ୍କ ମାତା ଉର୍ମିଳା ମିର୍ଦ୍ଧା (65), ବାପା କନ୍ଦର୍ପ ମିର୍ଧା (70) ଓ ଭାଣଜି ରଶ୍ମିତା ମାଝୀ (12)  କାନ୍ଥରେ ଚାପି ହୋଇ ଯାଇଥିଲେ l ପରିବାର ଓ ସ୍ଥାନୀୟ ଲୋକେ  ସେମାନଙ୍କୁ ଉଦ୍ଧାର କରିବା ବେଳକୁ ଆଇ ଉର୍ମିଳା ଏବଂ ନାତୁଣୀ ରଶ୍ମିତା ଙ୍କ ପ୍ରାଣ ବାୟୁ ଉଡି ଯାଇଥିବା ବେଳେ ଅଜା କନ୍ଦର୍ପ ଙ୍କୁ ଗୁରୁତର ଅବସ୍ଥାରେ ଯୁଯୋମୁରା ପିଏଚସି ଓ ପରେ ବୁର୍ଲା ସ୍ଥାନାଂତର କରାଯାଇଛି l ଘଟଣା ସ୍ଥଳକୁ ପୋଲିସ ଓ ବନ ବିଭାଗ ପହଂଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି l

              ଠିକ ସେହି ପରି ଆଜି ସକାଳୁ ବ୍ଲକର ନୂଆବରଙ୍ଗମାଳ ଠାରେ କୃପାଳୁ ମିର୍ଦ୍ଧାଙ୍କ ଘର ହାତୀ ଭାଙ୍ଗିବାରୁ  କାନ୍ଥ ପଡି ୧0  ବର୍ଷର ଝିଅ ମାନସୀ ଗୁରୁତର ଆହତ  ହୋଇଛି l ଏହି ଖବର ପାଇବା ପରେ ରେଞ୍ଜର ଗୌରୀ ଶଙ୍କର  ଦାଶ ଘଟଣା ସ୍ଥଳରେ ପହଂଚି  ନିଜ ଗାଡ଼ିରେ ଆହତ ନାବାଳିକା ମାନସୀକୁ ଆଣି  ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛନ୍ତି l

            ତେବେ, ହାତୀ ବିତ୍ପାତରେ ଅତିଷ୍ଠ କୋଳପାଲି ଗ୍ରାମବାସୀ ଶବ ବ୍ୟବଚ୍ଛେଦ ହୋଇ ଗାଁ କୁ ଆସିବା ପରେ ହାତୀ ବିତ୍ପାତ ର ପ୍ରତିକାର ସକାଶେ  ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି l

0
0
0
s2sdefault