ହେଡଲାଇନସ୍:

କୋଭିଡ଼-୧୯ ମୁକାବିଲା: କୃଷି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୂରଭଞ୍ଜ ଜିଲ୍ଲାକୁ ଦରମାରୁ ୫୦ ହଜାର ପ୍ରଦାନ କଲେ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ

ବାରିପଦା(ଦିଲ୍ଲୀପ ମହାନ୍ତି)-  କରୋନା ମହାମାରୀର ମୁକାବିଲା ନିମନ୍ତେ ସମସ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଥିବା ବେଳେ ପଛରେ ପଡ଼ିଯାଇ ନାହାନ୍ତି ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ପୂର୍ବତନ ସଭାପତି ଦେବାଶିଷ ମହାନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୃଷି ନିଗମ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାରେ କରୋନାର ମୁକାବିଲା ନିମନ୍ତେ ନିଜ ଦରମାରୁ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

ଏଥି ସହିତ ଗଣମାଧ୍ୟମ ଜରିଆରେ ରାଜ୍ୟ ଓ ମୟୂରଭଞ୍ଜବାସୀଙ୍କୁ ଦେଇ ଥିବା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ  ରନ୍ଧା ଖାଦ୍ୟ ଯୋଗାଇ ଦେବାର ନିର୍ଦ୍ଦେଶ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିବା ସହ ବାରିପଦା ପୌରପରିଷଦରେ ନିରାଶ୍ରୟ ଓ ଗରୀବ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ, କାର୍ଯ୍ୟରତ ପୁଲିସ କର୍ମଚାରୀ, ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କୁ ଥଣ୍ଡା ପାନୀୟ, ବିସ୍କୁଟ ଆଦି ଯୋଗାଇ ଦିଆଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲା ସହ ବାରିପଦା ପୌରବାସୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିବେଦନଙ୍କୁ ସମ୍ମାନ ଜଣାଇବା ପୂର୍ବବକ ଲକ୍ ଡ଼ାଉନର ମାର୍ଗଦର୍ଶୀକାକୁ ମାନି ନିଜ ଘର ଭିତରେ ପରିବାର ସହିତ ସୁରକ୍ଷିତ ରହିବା ସଙ୍ଗେସଙ୍ଗେ ଦେଶ , ରାଜ୍ୟ ଓ ଜିଲ୍ଲାକୁ ସୁରକ୍ଷିତ ରଖାଇବାରେ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ । 

0
0
0
s2sdefault