ହେଡଲାଇନସ୍:

ଲକ ଡାଉନ ବେଳେ ନାବାଳକର ଗାଡି ଚଲେଇବା ଦେଖି କ୍ଷୁବ୍ଧ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ଓ ଅଧିକାରୀମାନେ ଦିନରାତି ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଗାଇସିଲେଟ ରୁ ପଦ୍ମପୁର ଫେରୁଥିବା ସମୟରେ ଜେନକେଡା ନିକଟରେ ରାତି ପ୍ରାୟ 9 ଟା ସମୟରେ ଏକ ନାବାଳକ କୁ ଗୋଟେ ମାଲ ବୋଝେଇ ଛୋଟ ମେଜିକ ଗାଡି ଚଳାଉଥିବା ଦେଖି ତାକୁ ଅଟକାଇଥିଲେ । ନାବାଳକ ଜଣକ ଯୁକ୍ତ ତିନି ରେ ପାଠ ପଢ଼ୁଥିବା ଶୁଣି ଉପଜିଲ୍ଲାପାଳ ତାର ଗ୍ରାମକୁ ଯାଇ ନାବାଳକ ର ବାପା ଓ କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଥିଲେ । ଏହାପରେ ବର୍ତ୍ତମାନ ଏହି ସମୟରେ ସବୁ ବନ୍ଦ ଥିବାବେଳେ ନାବାଳକକୁ କାହିଁକି ଗାଡି ଚଳାଇବା ପାଇଁ ଦେଇଛ ବୋଲି କ୍ଷୋଭ ପ୍ରକାଶ କରିଥିଲେ ଓ ନାବାଳକର ଭବିଷ୍ୟତକୁ ଆଖି ଆଗରେ ରଖି ଏହିପରି ପୁଣିଥରେ ନ କରିବା ପାଇଁ ଚେତାବନୀ ଦେବା ସହିତ ଛାଡି ଦେଇଥିଲେ । ଉପଜିଲ୍ଲାପାଳଙ୍କର ଏହି ପଦକ୍ଷେପକୁ ସେହି ସ୍ଥାନରେ ଉପସ୍ଥିତ ଥିବା ସମସ୍ତ ଭଦ୍ରବ୍ୟକ୍ତି ପ୍ରସଂଶା କରିଛନ୍ତି ।

 

0
0
0
s2sdefault