ହେଡଲାଇନସ୍:

କିଟ୍‍ ଓ କିସ୍‍ ପକ୍ଷରୁ ପୋଲିସ୍‍ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନା ସଚେତନତା ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ ରାସ୍ତାରେ କାର୍ଯ୍ୟରତ ପୋଲିସ୍‍ କର୍ମଚାରୀଙ୍କ ପ୍ରତି ସହୃଦୟତାର ହାତ ବଢ଼ାଇଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ | ତାଙ୍କ ଉଦ୍ୟମ କ୍ରମେ ରବିବାର ଦିନ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୋଲିସ ଭାବି ଭଉଣୀ ମାନଙ୍କୁ  ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି । 

ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନରେ ଶ୍ରୀ ସାମନ୍ତ ସ୍ଥାନୀୟ କିଟ୍‍ ଛକରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ସହିତ କିଟ୍‍ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟକୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କରୋନା ପାଇଁ ରାସ୍ତାରେ କାର୍ଯ୍ୟରତ ୧୨ଶହ ପୋଲିସ୍‍ କର୍ମଚାରୀଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ପ୍ରେରଣ କରାଯାଇଥିଲା । କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ୍‍ ମଧ୍ୟ କରୋନା ଯୁଦ୍ଧରେ ସାମିଲ୍‍ ହୋଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ୍‍ କର୍ମଚାରୀମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଉଭୟ ପୋଲିସ୍‍ ଓ ଗଣମାଧ୍ୟମ ଡାକ୍ତରମାନଙ୍କ ଅଧିକାଂଶ ସମସ୍ୟା ଦୂର କରିବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ସାମନ୍ତ କହିବା ସହ ସମସ୍ତ ଡାକ୍ତର, ପୋଲିସ କର୍ମଚାରୀ ଓ ଗଣମାଧ୍ୟମକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault