ହେଡଲାଇନସ୍:

ଆଜିବି କମିନି ଚାହିଦା ରାମାୟଣ ର ମଜା ନେଲେ ଦର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ(Horachand Deuria) -  କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଆଜି ଡ଼ିଡ଼ି ଭାରତୀ ଚାନେଲରେ  ସକାଳ 9 ଟାରେ ରାମାନନ୍ଦ ସାଗରଙ୍କର "ରାମାୟଣ" ପୁନଃ ପ୍ରସାରିତ ହୋଇଛି | ଦୀର୍ଘ ବର୍ଷପରେ ଟିଭି ପରଦାରେ ଏହି ମେଗା ଧାରାବାହିକ "ରାମାୟଣ" ପ୍ରସାରିତ ହୋଇଥିବା ବେଳେ ଲୋକେ ଏହାକୁ ବେଶ ଉପଭୋଗ କରିଥିଲେ | ଆଜି ସନ୍ଧ୍ୟା 9 ଟାରୁ 10 ଟା ପର୍ଯ୍ୟନ୍ତ ପୁଣି ଥରେ ଏହି ଶୋ'କୁ ରିପିଟ କରାଯିବ | ଏକଦା 80 ଦଶକର ଶେଷ ଏବଂ 90 ଦଶକର ମଧ୍ୟଭାଗରେ ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ "ରାମାୟଣ" ଏବଂ ବିଆର ଚୋପ୍ରାଙ୍କର "ମହାଭାରତ" ଚହଳ ପକାଇଥିବା ବେଳେ ବେଶ ଜନାଦୃତ ହୋଇଥିଲା  | ଏହି ଧାରାବାହିକ ଦେଖିବା ପାଇଁ ଘରେ ଘରେ ଟିଭି ସାମ୍ନାରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହି ସମୟ ମଧ୍ୟରେ ରାସ୍ତା ଘାଟ ଶୂନଶାନ ହୋଇ ଯାଉଥିଲା | ତେବେ ଏତେ ବର୍ଷ ପରେ ଆଜି ବି ଦୂରଦର୍ଶନରେ ରାମାୟଣ ଧାରାବାହିକ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ଆଜି ଏହା ପ୍ରମାଣିତ ହୋଇଛି ଏବେ ମଧ୍ୟ ରାମାୟଣ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ପୂର୍ବ ଭଳି ଅତୁଟ ରହିଛି | ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 21 ଦିନ ଯାଏ ଲକଡାଉନ ଘୋଷଣା କରିବା ପରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି | ଏହି ସମୟରେ ଟିଭିରେ ପୁଣି ରାମାୟଣ ଓ ମହାଭାରତ ପୁନଃ ପ୍ରସାରଣ କରିବା ପାଇଁ ଅନେକ ଦର୍ଶକ ଇଛା ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମରେ ଦାବୀ କରିଥିଲେ | ଏହାପରେ ପ୍ରସାର ଭାରତୀର ସିଇଓ ଶଶୀ ଶେଖର ଏହାର ପୁନଃ ପ୍ରସାରଣ ନେଇ ଆଲୋଚନା ଚାଲିଥିବା କହିଥିବା ବେଳେ ଗତକାଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ କରି ଦର୍ଶକ ମାନଙ୍କୁ ମାର୍ଚ୍ଚ - 28 ରୁ ରାମାୟଣ ପୁନଃ ପ୍ରସାରଣର ସୂଚନା ଦେଇଥିଲେ |

0
0
0
s2sdefault