ହେଡଲାଇନସ୍:

ଅସହାୟକୁ ଦଇବ ସାହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(shasak prashasak)  ନିଜର ପେଟପାଟଣା ପାଇଁ ଗାଁ ଗାଁ ବୁଲି ସର୍ବ ମଙ୍ଗଳା ଠାକୁରାଣୀ ଦେଖାଉଥିବା ସୁରେନ୍ଦ୍ର ରାଉତ, ତାଙ୍କ ପୁଅ ବୋହୁ,ଝିଅ ଜ୍ବାଇଁ,ନାତି ନାତୁଣୀ ଲକ୍ ଡାଉନ ପରେ ପାଦ ଥାପି ହୋଇ ଯାଇଛି । ୯ଜଣ ଶିଶୁ ମଧ୍ୟ ରହିଛନ୍ତି । ଖାଇବା ପାଇଁ ନ ପାଇ ବିକଳ କ୍ରନ୍ଦନ କରୁଥିଲେ । ଖବର ପାଇ ପଦ୍ମପୁର ଉପଖଣ୍ତ ଧୁମାଭଟା ଛକ ଠାରେ ଥିବା ପ୍ରଫୁଲ୍ଲ ମାକର,ରାମ ଡନସନା,ଚିତ୍ତରଂଜନ ଡନସନା,ଅକ୍ଷୟ ବାଗ,ସୁଶାନ୍ତ ସାହୁ,ସମାରୁ ଧରୁଆ ଓ ଅନ୍ୟମାନେ ସହଯୋଗର ହାତ ବଢାଇଥିଲେ । ଚାଉଳ,ଡାଳି,ପନିପରିବା,ଲୁଣ,ସାବୁନ ,ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ । ସୂଚନା ଯୋଗ୍ୟ ଯେ,ଏହି ପରିବାର ସଦସ୍ୟମାନେ ନିଜର ଜନ୍କଭୂମି ବରଗଡ ନିକଟସ୍ଥ ସୟାଁ ଗ୍ରାମର । ସେଠାରେ ମଧ୍ୟ ମୁଣ୍ତ ଗୁଂଜିବା ପାଇଁ ଜାଗା ନାହିଁ । ତେଣୁ ବାଧ୍ୟହୋଇ ବର୍ଷ ସାରା ବାହାରେ ରହି ସର୍ବ ମଙ୍ଗଳା ଦେଖାଇ ଜୀବନ ଜୀବିକା ନିର୍ବାହ କରନ୍ତି। ସେମାନେ କହନ୍ତି ଯେ ,ଗାଁରେ ଭିଟାମାଟି ନାହିଁ,ମଜୁରୀ କରିଯିବା କାମ ନାହିଁ । ବରଂ ଆମେ ଏଠାରେ ଠିକ୍ ଅଛୁଁ।ପ୍ରସାଶନ କୌଣସି ସହଯୋଗ ନ କଲେ ବି ବଦାନ୍ୟ ବ୍ୟକ୍ତି ତାଙ୍କର ଭରଣ ପୋଷଣ କରିବେ ବୋଲି ଘୋଷଣା କରିଛନ୍ତି ।

0
0
0
s2sdefault