ହେଡଲାଇନସ୍:

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର : ଶ୍ରୀ ଵାଗଚୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ 

ଉଲ୍ଲଙ୍ଘନ ମାମଲା  : ୩୦୮ଟି ମାମଲା ଲକ୍ ଡାଉନ୍,୧୫ଟି ହୋମ୍ କ୍ୱାରାଣ୍ଟାଇନ୍ 

 ଆଜି ପର୍ଯ୍ୟନ୍ତ ହୋଇଛି  ମୋଟ ୭୦୮୦ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ  

 ବିଦେଶରୁ ଫେରିଛନ୍ତି ୪୨୮୬  ଓ ଅନ୍ୟ ରାଜ୍ୟରୁ ଫେରିଛନ୍ତି ୨୭୯୪ ଜଣ 

bhubaneswar /shasak prashasak : ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଥିବାବେଳେ ଏହି ସଂଗ୍ରାମରେ ଦୁଃସ୍ଥ ଓ ଅସହାୟ ଲୋକମାନଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିବା ଯୋଗୁଁ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ୧୦୦ ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତିା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏହି କାର୍ଯ୍ୟ ସଂପାଦନ କରିବେ ଏବଂ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବୋ 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହିଥିବା ୬୫୦୦୦ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ  ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା 

କୋଭିଡ୍-୧୯ର ମୁକାବିଲା ନିମନ୍ତେ ସରକାର ସଂପୂର୍ଣ୍ଣ ଦକ୍ଷତାର ସହ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତିା ବୃହତ୍ ଉଦ୍ୟୋଗରେ ସ୍ୱାସ୍ଥ୍ୟସେବା, ଡାକ୍ତରଖାନା ଭିତ୍ତିଭୂମି ଓ ପରିଚାଳନା, ବିଶ୍ୱସ୍ତରୀୟ ଅନୁଭବ, ଯନ୍ତ୍ରପାତି, ସଂରଜାମ ତଥା ସାମଗ୍ରୀ ସଂଗ୍ରହ ଏବଂ ସରକାରୀ, ଘରୋଇ ତଥା ଦାତବ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଦୀର୍ଘ ଅଭିଜ୍ଞତା ରହିଥିବା ଆଗ୍ରହୀ ପ୍ରବୀଣ ବିଶେଷଜ୍ଞମାନଙ୍କଠାରୁ ଓଡ଼ିଶା ସରକାର ଆବେଦନ ଆହ୍ୱାନ କରିଛନ୍ତିା ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିମାନେ ଅବୈତନିକ ପରାମର୍ଶଦାତା ଭାବେ ସରକାରଙ୍କୁ ଉଚ୍ଚସ୍ତରୀୟ ପରିଚାଳନା କ୍ଷେତ୍ରରେ ସହଯୋଗ କରିବୋ ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛିା 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲୋ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୂପ ଅନୁରୋଧ ଜଣାଇଥିଲୋ ବାହାର ରାଜ୍ୟଗୁଡ଼ିକରେ ରହିଯାଇଥିବା ଓଡ଼ିଆମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପ୍ଲାଇନ୍ ନଂ-୦୬୭୪-୨୩୯୨୧୧୫ ଓ ମୋବାଇଲ୍ ହ୍ୱାଟସ୍ଆପ୍ ନଂ-୯୪୩୮୯୧୫୯୮୬ କାର୍ଯ୍ୟ କରୁଛିା ଏଥିରେ ଯୋଗାଯୋଗ କରିବା ପାଇଁ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛିା 

ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍ଲାଇନ୍ ଖୋଲାଯାଇଛିା ଏହାର ନମ୍ବର: ୧୮୦୦୩୪୫୬୭୦୩ା ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛିା 

ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତି ମଧ୍ୟରେ ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୯୦୦୦ ଶ୍ରମଜୀବୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛିା ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତିା ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛିା ଏ ପ୍ରସଙ୍ଗରେ ମଧ୍ୟ ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କୁ ଅବଗତ କରାଯାଇଛିା

କୋଭିଡ୍-୧୯ ସ୍ୱାସ୍ଥ୍ୟ ହେଲପ୍ଲାଇନ୍ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିାଁ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛିା 

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୂକ୍ତ କରାଯାଇ ସେସବୁଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିା ସେହିପରି ତେଜାରତି ଦୋକାନରେ ପଶୁଖାଦ୍ୟ ବିକି୍ର କରାଯାଇପାରିବା 

ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨୪ଟି ମାମଲା ଦାୟର କରାଯାଇଛିା ସେଥିରୁ ୩୦୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧୫ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଓ ଗୋଟିଏ କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ନିମନ୍ତେ ଅନ୍ତର୍ଭୁକ୍ତା 

ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୨୬ ନମୁନାର ରିପୋର୍ଟ ହସ୍ତଗତ ହୋଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ପ୍ରଥମ ଦୁଇଟି ପଜିଟିଭ୍ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସ୍ଥିର ଓ ଲକ୍ଷଣମୁକ୍ତ ରହିଛିା ତୃତୀୟ ବ୍ୟକ୍ତିଙ୍କର ଅବସ୍ଥାରେ ଆଜି ଉନ୍ନତି ହୋଇଛିା ସମସ୍ତେ ହସ୍ପିଟାଲର  ସାଧାରଣ ଖାଦ୍ୟ ଖାଉଛନ୍ତିା 

 ପ୍ରଥମ ଦୁଇଟି କେସର  ସଂସ୍ପର୍ଶରେ ଆସିଥିବା ୫୫ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତିା  ତୃତୀୟ କେସର  ସଂସ୍ପର୍ଶରେ ଆସିଥି ବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଚାଲିଛିା ଆଜି ୫୬ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକ ବାସରେ  ଅଛନ୍ତିା ଆଜି ପର୍ଯ୍ୟନ୍ତ ମୋଟ ୭୦୮୦ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତିା ସେମାନଙ୍କ ମଧ୍ୟରୁ ୪୨୮୬ ବିଦେଶରୁ ଓ ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତିା 

 

0
0
0
s2sdefault