ହେଡଲାଇନସ୍:

ଲକ ଡାଉନରେ ଛଟପଟ: ଭୋକିଲା ମାଙ୍କଡ଼ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ମନ୍ଦିର ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ (ଶାସକ ପ୍ରଶାସକ):- କୋରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ଲକ ଡାଉନ । ଲକ ଡାଉନ ର ବହୁ ପୂର୍ବରୁ  ଜିଲ୍ଲା ପ୍ରଶାସନ ଓ ନୃସିଂହନାଥ ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିର ଆଖ ପାଖରେ ଥିବା ସମସ୍ତ ଦୋକାନ ବଜାର କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆ ଯାଇଥିଲା ଯାହା ଫଳରେ ମନ୍ଦିର ପରିସରରେ ଥିବା ଶହ ଶହ ମାଙ୍କଡ଼ ମାନଙ୍କ ପାଇଁ ଖାଦ୍ୟ ସମସ୍ୟା ଉପୁଜିଥିଲା । ସାଧାରଣ ଦିନ ମାନଙ୍କରେ ମନ୍ଦିରକୁ ଶହ ଶହ ଶ୍ରଦ୍ଧାଳୁ ଓ ତୀର୍ଥ ଯାତ୍ରୀ ଆସିଥାନ୍ତି । ସେମାନେ ମାଙ୍କଡ଼ ମାନଙ୍କୁ ଖାଇବା ଦେଇଥାନ୍ତି । ଏହା ସହିତ ମନ୍ଦିରରେ ହେଉଥିବା ଅନ୍ନ ପ୍ରସାଦ ମଧ୍ୟ ଶ୍ରଦ୍ଧାଳୁ ମାନେ ମାଙ୍କଡ଼ ମାନଙ୍କୁ ଦେଇଥାନ୍ତି ।

କିନ୍ତୁ ମନ୍ଦିର  ବନ୍ଦ ହେଇଗଲା ପରେ  ମାଙ୍କଡ଼ ମାନଙ୍କ ପାଇଁ ସମସ୍ୟା ହେଇଯାଇଛି । ଘୋଷିତ ଲକ ଡାଉନ ପରେ ମାଙ୍କଡ଼ମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଚଣା , ଚୁଡା , ରନ୍ଧା ଖାଦ୍ୟ ଇତ୍ୟାଦି ପ୍ରଦାନ କରାଯାଉଥିବା ଓ ପାଇକମାଲର କିଛି ବ୍ୟବସାୟୀ ବନ୍ଧୁ ମାନଙ୍କର ଦ୍ୱାରା ପନି ପରିବା ଓ ଫଳ ପ୍ରଦାନ କରାଯାଉଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ  ନୃସିଂହନାଥ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଏହି ଅଂଚଳରେ ଜଙ୍ଗଲ ବିଭାଗ ଦ୍ଵାରା ମଧ୍ୟ ମାଙ୍କଡ଼ ମାନଙ୍କ ପାଇଁ କିଛି ଖାଦ୍ୟ ର ବ୍ୟବସ୍ଥା ହେବା ନିହାତି ଆବଶ୍ୟକ ବୋଲି ସଚେତନ ନାଗରିକ ମାନେ ମତ ବ୍ୟକ୍ତ କରିଛନ୍ତି ।

0
0
0
s2sdefault