ହେଡଲାଇନସ୍:

କରୋନା ମହାମାରୀ ପାଇଁ ଅଣ୍ଟା ଭିଡିଲେ ଯୁବ ଗୋଷ୍ଠୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ / ରମାକାନ୍ତ ବିଶ୍ବାଳ:  କୋରୋନା ମହାମାରୀ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ । 24ଘଣ୍ଟା ଗାଁକୁ ଦେଉଛନ୍ତି ସୁରକ୍ଷା କରୁଛନ୍ତି ଆଉ ଲୋକଙ୍କୁ କରୁଛନ୍ତି ସଚେତନ । ପୋଲିସ ପରି ଜାଗ୍ରତ ପହରୀ ଭାବେ କାମ କରୁଛନ୍ତି ଯୁବଗୋଷ୍ଠୀ । ଗାଁକୁ ଚାରି ଦିଗରୁ କରାଯାଇଛି ସିଲଡ୍ । ଆଉ 21ଦିନିଆ ଲକଡାଉନକୁ ନେଇ ଗ୍ରାମବାସୀ ରାସନ, ଖାଉଟି ସାମଗ୍ରୀ ସହ ପନିପରିବା ଘରେ ଘରେ ମହଜୁଦ ରଖିଛନ୍ତି । ଆବଶ୍ୟକ ସ୍ଥଳେ ଯୁବଗୋଷ୍ଠୀ ଗ୍ରାମବାସୀଙ୍କୁ ସହଯୋଗ କରୁଛନ୍ତି । କୋରୋନା ମହାମାରୀକୁ ରୋକିବା ପାଇଁ ନିଆରା ପଦକ୍ଷେପ ନେଇ ଜିଲ୍ଲାରେ ଏକ ଭିନ୍ନ ଉଦାହରଣ ସାଜିଛନ୍ତି ବରଗଡ଼ ଜିଲ୍ଳା ସୋହେଲା ବ୍ଳକ ଶର୍କଣ୍ଡା ଗ୍ରାମବାସୀ ।

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଶର୍କଣ୍ଡା ଗାଁ । ଗାଁର ଅନତି ଦୂରେ ଥିବା ରାସ୍ତାକୁ ବନ୍ଦ କରାଯାଇଛି । କୋରୋନା ମହାମାରୀକୁ ନେଇ ଟୋଲ ଗେଟ ଭଳି ବାଉଁଶ ଲଗାଇ ରାସ୍ତାକୁ ସିଲଡ କରାଯାଇଛି । ଆଉ ଏହି ଗେଟର 2/3ମିଟର ଦୂରତାରେ ଜଣେ ଜଣେ ଯୁବକ ମୁହଁରେ ମାସ୍କ ଲଗାଇ ହାତରେ ଠେଙ୍ଗା ଧରି ପୋଲିସ ଭଳି ଜାଗ୍ରତ ପହଁରା ଦେଉଛନ୍ତି । 24ଘଣ୍ଟା ସିଫ୍ଟ ଅନୁସାରେ ଯୁବକମାନେ ପାଳି କରି ଗାଁର ଚାରି ଦିଗରେ ଥିବା ରାସ୍ତାକୁ ସିଲଡ କରି ଜଗି ରହିଛନ୍ତି । ବାହାରୁ ଆସୁଥିବା ଲୋକଙ୍କୁ ପୋଲିସ ଭଳି ଯାଞ୍ଚ କଲା ପରେ ସେମାନଙ୍କୁ ସାବୁନରେ ହାଇ ଧୋଇବା ପରେ ଗାଁକୁ ଛଡ଼ା ଯାଉଛି ।

 9 ଟି ଓ୍ବାର୍ଡ଼ ବିଶିଷ୍ଟ ଶର୍କଣ୍ଡା ଗ୍ରାମରେ ରୁହନ୍ତି 5 ହଜାରରୁ ଊର୍ଦ୍ଧ୍ବ ଲୋକେ । ହେଲେ କୋରୋନା ମହାମାରୀକୁ ନେଇ ଗାଁଟି ଖାଁ ଖାଁ ଲାଗୁଥିବା ବେଳେ ସବୁ ଗଳି କନ୍ଦି ଶୂନଶାନ ହୋଇପଡ଼ିଛି । ଯୁବଗୋଷ୍ଠୀଙ୍କ ଏହି ସଚେତନତା ଦ୍ବାରା ହିଁ ଏହା ସଫଳ ହୋଇପାରିଛି । ଆଉ କାର୍ଯ୍ୟକ୍ରମରେ ସରପଞ୍ଚ ସାମିଲ ହୋଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରୁଥିବା ବେଳେ ଘରୁ କେହି ନ ବାହାରିବାକୁ କରୁଛନ୍ତି କଡ଼ା ତାଗିଦ । 21ଦିନିଆ ଲକଡାଉନକୁ ନେଇ ଗ୍ରାମବାସୀ ପୂର୍ବରୁ ରାସନ, ଖାଉଟି ସାମଗ୍ରୀ ସହ ପନିପରିବା ଘରେ ଘରେ ମହଜୁଦ ରଖିଥିବା ବେଳେ ଯାହାର ଆବଶ୍ୟକ ଅଛି ସେହି ପରିବାରକୁ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି ।

କୋରୋନା ମହାମାରୀ ମୁକାବିଲା ପାଇଁ ଶର୍କଣ୍ଡା ଗ୍ରାମ ଜିଲ୍ଳାରେ ଏକ ଉଦାହରଣ ପାଲଟିଥିବା ବେଳେ ସବୁ ଗାଁରେ ଯୁବକମାନେ ଏକଜୁଟ ହୋଇ ଗାଁକୁ ସୁରକ୍ଷା ଓ ସଚେତନ କରନ୍ତୁ ବୋଲି ଯୁବଗୋଷ୍ଠୀ ଅନୁରୋଧ କରିଛନ୍ତି ।

0
0
0
s2sdefault