ହେଡଲାଇନସ୍:

୧୦ଲକ୍ଷ ଗ୍ରାମୀଣ ଗରିବଙ୍କୁ ରନ୍ଧା ଖାଦ୍ୟ, ୬୫୦୦୦ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାର ମୁକାବିଲା ପାଇଁ ହୋଇଥିବା ଦେଶବ୍ୟାପୀ ଲକ ଡାଉନ ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ଅକଥନୀୟ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି |  ରାଜ୍ୟର ପ୍ରତି ପଞ୍ଚାୟତରେ ଥିବା ଗରିବ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ସହ ଉଠା ଦୋକାନୀମାନଙ୍କୁ ମଧ୍ୟ ଆର୍ଥିକ ସହାୟତା  ଯୋଗାଇଦେବେ  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତ୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ଦାୟିତ୍ବ ଦିଆଯାଇଛି। ଏହାଦ୍ୱାରା ୧୦ ଲକ୍ଷ ଗରିବ ଓ ନିରାଶ୍ରୟ  ଉପକୃତ ହେବେ | ଗ୍ରାମାଞ୍ଚଳର ଗରିବ ଲୋକମାନେ ଏହି ରନ୍ଧାଖାଦ୍ୟ ମଧ୍ୟ  ଘରକୁ ନେଇ ଯାଇପାରିବେ।

ରାଜ୍ୟର ୧୧୪ଟି ସହରାଞ୍ଚଳର ଉଠାଦୋକାନୀଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପଞ୍ଜିକୃତ ହୋଇଥିବା ୬୫,୦୦୦ ଉଠାଦୋକାନୀଙ୍କୁ କରୋନା କଟକଣା ସମୟରେ ହୋଇଥିବା କ୍ଷତି ଲାଗି ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

0
0
0
s2sdefault