ହେଡଲାଇନସ୍:

ଗ୍ରାମାଞ୍ଚଳରେ ଲକ୍ ଡାଉନ ପ୍ରଭାବ ଶୂନ୍ୟ : ଗୁରୁତ୍ୱ ହରାଉଛି ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନଆ ଲକ୍ ଡାଉନ ଘୋଷଣା କରିଛନ୍ତି I ଯାହାର ଅର୍ଥ ନିହାତି ଆବଶ୍ୟକ ନଥିଲେ ୨୧ ଦିନ ପାଇଁ  କେହି ଘରୁ ପଦାକୁ ବାହାରିବେନି ଓ ସାମାଜିକ ଦୂରତ୍ୱ ବଜାୟୀ ରଖିବେ I କିଛି ଅମାନିଆ ଲୋକ ଙ୍କୁ ବାଦ ଦେଲେ ସହରାଞ୍ଚଳରେ ପ୍ରାୟ ଅଧିକାଂଶ ଜନତା I ଏହାକୁ ମାନି ଘରେ ରହିବାକୁ ବାଧ୍ୟ ମଣୁଛନ୍ତି  ଏବଂ ଏହା ନିରାବଦ ମଧ୍ୟ I ଆବଶ୍ୟକ ପଡିଲେ ହିଁ ଲୋକ ମାନେ ସଉଦା ପାଇଁ ପଦାକୁ ଆସିବାକୁ ବାଧ୍ୟ ହେଉଛନ୍ତି I ତେଣୁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ରେସନ , ଫଳ, ପନିପରିବା , କ୍ଷୀର, ମେଡିସିନ ଆଦି ଦୋକାନ ଖୋଲା ରଖିବାକୁ ସରକାର ଅନୁମତି ଦେଇଛନ୍ତି I ହେଲେ ଏହାର ପ୍ରଭାବ ଗ୍ରାମାଞ୍ଚଳ  ରେ ଦେଖିବାକୁ ମିଳୁ ନାହିଁ I ପୂର୍ବ ଭଳି ଗ୍ରାମ ପରିବେଶ ଯେମିତିଥିଲା ଏବେବି ସେମିତି ରହିଛି I ପୁଲିସ ଭୟରେ କିଛି ଦୋକାନ ବନ୍ଦ ଥିବା ଛାଡିଦେଲେ I ପିଲାଠୁ ଆରମ୍ଭ କରି ବଡ ଯାଏଁ ଏଣେ ତେଣେ ବୁଲିବା ଜାରି ରହିଛି , ଛକ ଗୁଡିକରେ ଜମା ହୋଇ ଗୁଲି ଖଟି କରିବା , ତାସ୍ ଖେଳିବା , ସ୍ନାନ , ଶୌଚାଦି ପାଇଁ ସର୍ବସାଧାରଣ ପୋଖରୀ , କେନାଲ ଆଦି ବ୍ୟବହାର କରିବା ପରସ୍ପର ଘରକୁ ଯିବା ଆସିବା , ବସାଉଠା ହେବା , ଆବଶ୍ୟକୀୟ ପଦାର୍ଥ ବିନା ସତର୍କତାରେ ମଗାଯଚା ହେବା , ପିଲାମାନେ ସାଙ୍ଗହୋଇ ଖେଳକୁଦ କରିବା ଆଦି "ଯଥା ପୂର୍ବଂ ତଥା ପରଂ " ଜାରିରହିଛି I ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି I ପ୍ରଶାସନ , ପୋଲିସ , ମିଡିଆ ସମସ୍ତେ ଏକ ଧାରରେ ଲାଗିପଡିଛନ୍ତି I ଟିଭି , ସୋସିଆଲ ମିଡିଆ, ଫେସବୁକ, ହ୍ୱାଟ୍ସଅପରେ ସମସ୍ତେ ଏହାର ଭୟାଭୟ ତାରକୁ ପରିମାଣ ଦେଖିବାକୁ ମିଳିଛି I ତଥାପି ଗ୍ରାମାଞ୍ଚଳ ର ପରିବେଶ ରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନି I ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ର ପ୍ରତ୍ୟୋକ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରେ ଏହା ବିନା କୌଣସି ଭୟରେ ଚାଲିଛି I ଦୂର୍ଭାଗ୍ୟ ବଶତଃ ଜଣେ କେହି ଯଦି କୋରନା କବଳରେ ଆସିଯାଏ ତାହାହେଲେ ଏହା ଯେ , କେତେ କ୍ଷିତ୍ର ଗତି ରେ ବ୍ୟାପିବ କାହାକୁ ଅଛପା ନାହିଁ I ତେଣୁ ଜନସାଧାରଣ ସଜାଗ ରହିବା ଆବଶ୍ୟକ , ନଚେତ୍ ପ୍ରଶାସନ କିଛି ଦ୍ରୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ପଡିବ I 

0
0
0
s2sdefault