ହେଡଲାଇନସ୍:

ସାବାସ ଲୁହାର ବାବୁ, ପଦକ୍ଷେପ ଅନୁକରଣୀୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗେଇ ଆସିଲେ କରନା ପ୍ରପୀଡ଼ିତଙ୍କ ସହାୟତା ପାଇଁ , ଦେଇଦେଲେ ତିନିମାସର ପେନ୍ସନ 

ବରଗଡ(ଶାସକ ପ୍ରଶାସକ) :- ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ନିବାସୀ ଅବସରପ୍ରାପ୍ତ ସେକ୍ସନ ଅଫିସର ଶ୍ରୀ ଖେତ୍ରୀ ଲୁହାର ଆଜି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଙ୍କୁ ତାଙ୍କର ତିନି ମାସର ପେନସନ ରାଶି ( ଯାହାକି 95 592) ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ମାଧ୍ୟମରେ ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଅପିଲ ଓ କରୋନା ର ବର୍ତ୍ତମାନ ପରିସ୍ଥିତି କୁ ହୃଦବୋଧ କରି ସେ ଏହି ପଦକ୍ଷେପ ନଇଥିବା ପ୍ରକାଶ କରିଛନ୍ତି ଶ୍ରୀ ଲୁହାର । ଆଜି ଶ୍ରୀ ଲୁହାର ଙ୍କର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଏହି ସହାୟତା ସମସ୍ତଙ୍କର ପାଇଁ ପ୍ରେରଣା ହେବ । ଆଗକୁ ଏହିଭଳି ଅନେକ କର୍ମଚାରୀ ଓ ସ୍ୱଚ୍ଛଳ ନାଗରିକ ଏହିଭଳି ସହାୟତା ପାଇଁ ନିଶ୍ଚୟ ବାହାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୁଆନ ପ୍ରକାଶ କରିଛନ୍ତି ।

 ଶ୍ରୀ ଲୁହାର 1959 ମସିହା ମିଠାପାଲି ରେ ଜନ୍ମଗ୍ରହଣ କରିଥିଲେ । ପାଠପଢା ସରିବା ପରେ 1979 ଦେବଗଡ଼ ରେ ତତ୍କାଳୀନ SDO ଅଫିସରେ ଲୋଅର ଡିଭିଜନ କ୍ଲାର୍କ ଭାବରେ କାର୍ଯରେ ଯୋଗଦାନ କରିଥିଲେ । ଏହାପରେ ସେ ନିଷ୍ଠାର ସହିତ ନିଜ କାର୍ଯକାଲ ଶେଷ କରିବା ପରେ ଗତ ଜୁଲାଇ 2019 ମସିହାରେ ଝାରବନ୍ଧ ତହସିଲଦାର ଙ୍କର କାର୍ଯଳୟ ରୁ ସେକ୍ସନ ଅଫିସର ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।

 

0
0
0
s2sdefault