ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପରେ ସାମିଲ ହୋଇଛି ସମ ହସ୍ପିଟାଲ |
କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍-୧୯ କରୋନା ହସ୍ପିଟାଲ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେ ଓ ସମ ହସ୍ପିଟାଲ୍ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର ।
ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି | ସମ ହସ୍ପିଟାଲ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ, ରୋଗୀ ସେବା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ। ଏହି ସ୍ଵତନ୍ତ୍ର ହସ୍ପିଟାଲ୍ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ଯୋଗାଇଦେବ|
ଏହି ଚୁକ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ, ମହାନଦୀ କୋଲଫିଲଡସ ଲିମିଟେଡ଼ (ଏମସିଏଲ )ରା ପ୍ରତିନିଧି ଶ୍ରୀ ଏସ ଏସ ପଣ୍ଡା ଏବଂ ଆଇଏମଏସ ଓ ସମ ହସ୍ପିଟାଲରା ମେଡିକାଲ ସୁପାରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଏହି ସ୍ଵତନ୍ତ୍ର ହସ୍ପିଟାଲ୍ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍ପିଟାଲ୍ ବ୍ୟବସ୍ଥା କରିବୁ। ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍ ବ୍ୟବସ୍ଥା ଉପଲବ୍ଧ ହେବ। ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲିଛୁ। ଯେଉଁ ରୋଗୀଙ୍କର କାଶ କଫ ହେୁଛି ସେମାନେ ଏହାର ସୁବିଧା ନେଇପାରିବେ।
ଓଡିଶାରା ଲୋକଙ୍କ ସେବା କରିବାପାଇଁ ସରକାର ସୁଯୋଗ ଦେଇଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ସୋଆ ରା ପ୍ରତିଷ୍ଠାତା ପ୍ରଫେସର ମନୋଜରଂଜନ ନାୟକ | ସୋଆ ବିଶ୍ୱବିଦ୍ୟାଳୟରା କ୍ୟାମ୍ପସ 2 ରେ ଥିବା କନଭେନସନ ସେଣ୍ଟର ରେ ଏହି କୋବିଦ ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ |











