କରୋନା ସଚେତନତା ପାଇଁ ବିଧାୟକ ଓ ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକ ପ୍ରଶାସକ :- କରୋନା ଏବେ ବିଶ୍ୱରେ ମହାମରୀର ରୂପ ନେଇ ସରିଛି । ବର୍ତ୍ତମାନ ଦେଶ ସାରା ଲକଡାଉନ । ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ପ୍ରତ୍ୟେକ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଅ ଯାଉଛି ହେଲେ ବର୍ତ୍ତମାନ ସୁଧ୍ଯା କିଛି ଲୋକ ପରିସ୍ଥିତି ର ଭୟାବହତା କୁ ବୁଝି ପାରୁନାହାନ୍ତି । 

      ଆଜି ଲୋକଙ୍କୁ ସଚେତନ କରାଇବା ପାଇଁ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ଝାରବନ୍ଧ ବ୍ଳକ ର ବିଭିନ୍ନ ସ୍ଥାନ ବୁଲି ଲୋକ ଙ୍କୁ ସଚେତନ କରାଇବା ସହିତ ସ୍ଥାନୀୟ ସରପଞ୍ଚ ଓ ଲୋକ ପ୍ରତିନିଧି ଙ୍କର ସହିତ ଗୁରୁତ୍ୱ ପୂର୍ଣ ଆଲୋଚନା କରିଥିଲେ । ଘର ଛାଡ଼ି କେହି ନ ଯିବା ପାଇଁ କିମ୍ବା ଘରକୁ କୁଣିଆ ନ ଡାକିବା ପାଇଁ ବିଧାୟକ ଲୋକଙ୍କୁ ପରାମର୍ଶ ଦେଇଥିବା ସହିତ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ସରକାର ଙ୍କ ନିୟମ ସବୁ ପାଳନ କରିବା ପାଇଁ କହିଥିଲେ । 

    ଝାରବନ୍ଧରୁ ଫେରି ଉପଜିଲ୍ଲାପାଳ ପାଇକମାଲ , ମିଠାପାଲି , ବିକ୍ରମ ନଗର , ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଛୀଂଦେଇକେଲା ,ଆଦି ଗ୍ରାମକୁ ଯାଇ ଲୋକଙ୍କୁ ସାଧାରଣ ଦୂରତା ବଜାୟ ରଖିବା ପାଇଁ କହିବା ସହିତ ସ୍ଥାନୀୟ କିରାନା ବ୍ୟବସାୟୀ ମାନଙ୍କୁ କୋଣସି ଜିନିଷର ଦାମ ନ ବଢାଇବା ପାଇଁ ଦୃଡ଼ ଚେତାବନୀ ଦେଇଥିଲେ । ଏହି ଅବସରରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ,  ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault