ଅବୁଝା ଲୋକଙ୍କୁ ବୁଲି ବୁଲି ବୁଝାଉଛନ୍ତି ଉପଜିଲ୍ଲାପାଳ, ପୋଲିସ କରୁଛି ଆକଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଅଯଥା ବାହାରକୁ ନବାହାରି ଘରେ ରୁହନ୍ତୁ, ନିରାପଦ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ"

  ବରଗଡ/ଶାସକ ପ୍ରଶାସକ :-କରୋନା କୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ । ଏହାର ମୁଖ୍ୟ କାରଣ ହେଲା ଏହି ରୋଗର କୋଣସି ଔଷଧ ନାହିଁ | ସରକାର ଓ ବିଶେଷଜ୍ଞ ଙ୍କର ମତରେ କେବଳ ସଚେତନ ରହି ଓ ସାମାଜିକ ଦୂରତା ରକ୍ଷା କରି ଏହି ମହାମାରୀର ସଂକ୍ରମଣରୁ ରକ୍ଷା ମିଳିବ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାର ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ବାରମ୍ବାର ଲୋକଙ୍କୁ ଘର ଭିତରେ ରହିବାକୁ କହୁଛନ୍ତି । ବର୍ତ୍ତମାନ ସାରା ଦେଶରେ ଆସନ୍ତା ଅପ୍ରେଲ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ମୁଖ୍ୟ କାରଣ ହେଲା ଲୋକେ ନିଜର ଘରେ ରୁହନ୍ତୁ । ହେଲେ ଦୁଃଖର ବିଷୟ ଯେ ବର୍ତ୍ତମାନ ସୁଦ୍ଧା  ଲୋକମାନେ ଏହି ମହାମାରୀର ଭୟବହତାକୁ ଅନୁଭବ କରି ପାରୁ ନାହାନ୍ତି । ଲକଡାଉନ ସତ୍ତ୍ୱେ ଲୋକ କୋଣସି ନା କୋଣସି ବାହାନା କରି ଘରୁ ବାହାରୁ ଥିବାର ଦେଖିବାକୁ ମିଳୁଛି । ପ୍ରଶାସନିକ ଅଧିକାରୀମାନେ ବାରମ୍ବାର ଲୋକ ମାନଙ୍କୁ ବୁଝାଉଛି । 

      ଆଜି ପାଇକମାଲ ମୁଖ୍ୟ ଛକ ଠାରେ ପୋଲିସ ଓ ପ୍ରଶାସନ ତରଫରୁ ଦୁଇ ଗୋଟି ବେରିକେଡ ଲଗାଇ ରାସ୍ତା କୁ ଅବରୋଧ କରାଯାଇ ଲୋକଙ୍କୁ ଗାଡି ଚଳାଚଳ ବନ୍ଦ କରିବା ପାଇଁ କୁଯାଉଛି । ପାଇକମାଲ ବଣିକ ସଂଘ ର ନିଷ୍ପତ୍ତି କ୍ରମେ କିରାନା ଦୋକାନ ଓ ପନିପରିବା ଦୋକାନ ସକାଳ ଛଅଟାରୁ ମଧ୍ୟାହ୍ନ 12 ଟା ପର୍ଯନ୍ତ ଖୋଲା ରହିବ । ଲୋକଙ୍କ ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ପାଇକମାଲ ବଣିକ ସଙ୍ଘର ଏହି ନିଷ୍ପତ୍ତି କୁ ଥାନା ଅଧିକାରୀ ,ତହସିଲଦାର ଓ BDO ପ୍ରସଂଶା କରିଛନ୍ତି । ଏପଟେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ପଦ୍ମପୁର , ପାଇକମାଲ ଓ ଝାରବନ୍ଧ ର ବିଭିନ୍ନ ସ୍ଥାନ ବୁଲି ଲକଡାଉନ ର ସ୍ଥିତି କୁ ନିଜେ ତଦାରଖ କରିବା ସହିତ ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ପଦାକୁ ବହାରନ୍ତୁ ନାହିଁ ,ସୁରକ୍ଷିତ ଭାବରେ ନିଜ ଘରେ ରୁହନ୍ତୁ ବୋଲି ପୁନର୍ବାର ନିବେଦନ କରିଛନ୍ତି ।

 

0
0
0
s2sdefault