କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଶ୍ରୀକାନ୍ତ: ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦୁଇହଜାର ଟଙ୍କା ଦାନକଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନାକୁ ଦମନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତକୁ ୨୧ଦିନ ତାଳାବନ୍ଦ ପାଇଁ ଡାକରା ଦେଇଛନ୍ତି ।ତାଙ୍କ ଏହି ଆହ୍ବାନକୁ ସମସ୍ତ ଜନସାଧାରଣ ପାଳନ କରୁଥିବା ଦେଖିବାକୁ ମିଳୁଛି। ସଚେତନ ହୋଇ ରହିବା ତଥା ସାମାଜିକ ଦୂରତ୍ବ ରଖିବା ପାଇଁ ସରକାର ଆହ୍ବାନ ଦେଇଛନ୍ତି ଯାହାକି କରୋନାକୁ ଦମନ କରିବାର ଏକମାତ୍ର ଉପାୟ । ବର୍ତ୍ତମାନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜନସାଧାରଣ ନିଜ ନିଜ ଘରେ ରହୁଛନ୍ତି ଘରୁ ବାହାରକୁ ବାହାରୁ ନାହାଁନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିଛନ୍ତି । ଏପରି କି ବିଭିନ୍ନ ନେତା ମନ୍ତ୍ରୀ ମାନେ ମଧ୍ୟ ସହାୟତା ପାଣ୍ଠିକୁ ଦାନ କରୁଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଥଲା ଗ୍ରାମର ଶ୍ରୀକାନ୍ତ ମିଶ୍ର ଦୁଇ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର କୄଷକ ସମାଜ ସଂଗଠନର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେ ବିଭିନ୍ନ ସମୟରେ ଜିଲ୍ଲାର କୄଷକ ମାନଙ୍କ ସମସ୍ୟା ବିଷୟରେ ସରକାରଙ୍କୁ ଆଲୋକପାତ କରାଇଥାନ୍ତି ଏବଂ ତାର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ତାଳାବନ୍ଦ ଆହ୍ଵାନକୁ ବିଜେପୁର ଅଞ୍ଚଳରେ ପୂର୍ଣ୍ଣ ଭାବରେ ସମର୍ଥନ କରୁଥିବା ଶ୍ରୀ ମିଶ୍ର କହିଛନ୍ତି ।

 

0
0
0
s2sdefault