ଭୁବନେଶ୍ୱର( ଶାସକ ପ୍ରଶାସକ) : ନିଜ ପରିବାରକୁ ପଛରେ ପକାଇ କରୋନାକୁ ପ୍ରତିହତ କରିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବା ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ | ସେମାନଙ୍କ ସେବାକୁ ଅତୁଳନୀୟ ବୋଲି କହିବା ସହ ସମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ |
ମୁଖ୍ୟମନ୍ତ୍ରୀ ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କୁ କହିଛନ୍ତି ଯେ ଯେଉଁଭଳି କଠିନ ପରିସ୍ଥିତିରେ ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସହ ଓ ସେମାନଙ୍କ ପରିବାର ସହ ସରକାର ଓ ରାଜ୍ୟବାସୀ ଅଛନ୍ତି | ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ୪ମାସର ଦରମା ଆଗୁଆ ଦେବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଏପ୍ରିଲମାସରେ ଏହି ୪ମାସର ଦରମା ପ୍ରଦାନ କରାଯିବ | ଯେଉଁମାନେ ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କ କାମରେ ବାଧା ସୃଷ୍ଟି କରିବେ ବା ଡାକ୍ତରମାନଙ୍କୁ ଭଲ ବ୍ୟବହାର ନକରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |