ହେଡଲାଇନସ୍:

ମଧ୍ୟରାତ୍ରିରୁ ଲାଗୁ ହେଲା "ଲକ୍ ଡାଉନ୍"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରାଯିବା ଏବଂ ଏଥିପ୍ରତି ସତର୍କତାର ସହ ଜିଲ୍ଲାବାସୀଙ୍କୁ ଅଧିକ ସୁରକ୍ଷିତ ରଖିବା ଏବଂ କରୋନା ଭୁତାଣୁ ସଂକ୍ରମିତ ନ ହେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାବ୍ୟାପି ଆଜିରାତ୍ରିରୁ “ଲକ୍-ଡାଉନ୍” ଲାଗୁ ହେବା ଘୋଷଣା କରାଯାଇଛି ବୋଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସୂଚନା ଦେଇଥିଲେ । 

 ଜିଲ୍ଲାପାଳ ଅନୁପମ ସାହା ଓ ଏସପି: ସାରା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଗଜପତି ଜିଲ୍ଲାବ୍ୟାପୀ ଆଜି ରାତିଠାରୁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା ହୋଇଛି । ଏହି ଲକ୍ ଡାଉନ୍ ବେଳେ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ନିଷେଧାଦେଶ ଓ ନିର୍ଦ୍ଦେଶନାମା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ଏହି ଲକ୍ ଡାଉନ୍ ସମୟରେ ଜିଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ , ସମସ୍ତ ପ୍ରକାର ଯାନବାହାନ ଚଳାଚଳ , ଅ-ଅତ୍ୟାବଶ୍ୟକ ଦୋକାନ ସବୁ ଲକ୍ ଡାଉନ ରହିବ । ଆତ୍ୟବଶ୍ୟକ ସାମଗ୍ରୀ ପରିବହନ କ୍ଷେତ୍ରରେ ଏହା ଚାଲୁ ରହିବ , ମେଡିକାଲ , ଔଷଧ , ଡାକ୍ତର କ୍ଲିନିକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ପୋଲିସ , ଅଗ୍ନିଶମ , ସ୍ୱଚ୍ଛତା ପରିମଳ ସେବା, ପାନିପରିବା ଫଳ ଓ କିରାଣୀ ଦୋକାନ , ଗ୍ୟାସ ପ୍ରଭୃତି ଖୋଲା ରହିବ ।

ଅନ୍ୟପକ୍ଷରେ ସର୍ବସାଧାରଣ ତଥା ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଓ ଏସପି ଗଣମାଧ୍ୟମ ଜରିଆରେ ଅଧିକ ସୂଚନା ଦେଇ କହିଥିଲେ ଯେ , କରୋନା ଭାଇରସର ସତର୍କତା ଓ ସଚେତନତାକୁ ନେଇ ଲକ୍ ଡାଉନ୍ ସମ୍ପର୍କରେ କହିଥିଲେ ଯେ , ଯେଉଁ ମାନଙ୍କ କିଛି ଜରୁରୀ କାମ ପଡୁନି , ସେମାନେ ବାହାରକୁ ବାହାରନ୍ତୁ ନାହିଁ , ଯଦି ବାହାରିବେ ଜରୁରୀ ସ୍ଥଳେ , ତେବେ ସେଥିପାଇଁ ପୋଲିସ କି ପ୍ରଶାସନର ଅନୁମତି ନେବାକୁ ହେବ , ଯଦି ବିନା କାରଣରେ ବାହାରକୁ ଅଯଥାରେ ବାହାରନ୍ତି , ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

0
0
0
s2sdefault