ପଦ୍ମପୁର ଉପଖଣ୍ଡରେ ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ସ୍ୱତଃସ୍ଫୁର୍ତ୍ତ ସମର୍ଥନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ : ସାରା ବିଶ୍ବକୁ ଏବେ କରୋନା ଭୂତାଣୁ ଭୟ । କରୋନା କୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ଉପଖଣ୍ଡର ଜନସାଧାରଣ ମଧ୍ୟ ଜନତା କର୍ଫ୍ୟୁ ଆହ୍ବାନ କୁ ସମର୍ଥନ କରି ଆଜି ସକାଳ ୭ଟାରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ,ଗାଇସିଲାଟ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଜରୁରୀ କାମ ନ ହେଲେ କୌଣସି ବ୍ୟକ୍ତି ଘରୁ ବାହାରୁ ନାହାନ୍ତି । କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର , ଯାନବାହନ ବନ୍ଦ ରହିଛି ।

0
0
0
s2sdefault