ନବୀନଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ର କଲେ ସମର୍ଥନ ,ନବୀନ ଜଣାଇଲେ କୃତଜ୍ଞତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ୫ ଜିଲ୍ଲା ଓ ୮ଟି ପ୍ରମୁଖ ସହରରରେ ଘୋଷଣା କରିଥିବା ଲକ ଡାଉନକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ଧର୍ମେନ୍ଦ୍ରଙ୍କ ଏ ସମର୍ଥନ ପରିପ୍ରେକ୍ଷୀରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଶ୍ରୀ ପ୍ରଧାନ ଟୁଇଟ କରିଛନ୍ତି ଯେ, ମହାମାରୀ କରୋନା ମୁକାବିଲା ପାଇଁ ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ୫ ଜିଲା ଓ ୮ ପ୍ରମୁଖ ସହର ଲକ ଡାଉନ କରିବା ପାଇଁ ଯେଉଁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି ତାହାକୁ ମୁ ସମର୍ଥନ କରୁଛି" |

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଏହି ଟୁଇଟର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ପ୍ରତି ଆମେ ଶତାବ୍ଦୀର ସବୁଠାରୁ ବଡ ସ୍ୱାସ୍ଥ୍ୟଚାଲେଞ୍ଜକୁ ମୁକାବିଲା କରିବା ପାଇଁ ଏହି ୭ ଦିନିଆ ଲକ ଡାଉନ ବ୍ୟବସ୍ଥାକୁ ସମସ୍ତେ ସମର୍ଥନ କରିବା ପାଇଁ  ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି |

0
0
0
s2sdefault