କରୋନା ସତର୍କତା: ଆସନ୍ତା କାଲିଠାରୁ ତିନି ଦିନ ପାଇଁ ପାଇକମାଲ ବଜାର ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକ ପ୍ରଶାସକ :- କରୋନା ଭୁତାଣୁ କୁ ପରାଜିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ନିୟମାବଳୀ ମଧ୍ୟ ଜାରି କରାଯାଉଛି । ସରକାର ଙ୍କର ମୁଖ୍ୟ ଲକ୍ଷ ହେଲା ଜନଗହଳି କମାଇବା । ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ସମ୍ବେଦନଶୀଳ ବିଷୟ କୁ ରାଜ୍ୟର ପ୍ରତେକ ସଚେତନ ନାଗରିକ ଅନୁଭବ କରି ନିଜ ନିଜ ସାଧ୍ୟ ମୁତାବକ ସାଧାରଣ ଜନତା ଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆଜି ପାଇକମାଲ ବଣିକ ସଂଘ ର କର୍ମକର୍ତା ମାନେ  ପାଇକମାଲ BDO ଙ୍କର ସହିତ ଆଲୋଚନା କରିବା ପରେ ଆସନ୍ତା କାଲି ଠାରୁ ତିନିଦିନ ପାଇଁ ପାଇକମାଲ ବନ୍ଦ ର ଘୋଷଣା କରିଛନ୍ତି । ତିନିଦିନ ପରେ ଅବସ୍ଥା ଦେଖି ଓ ସରକାର ଙ୍କର ନିଷ୍ପତ୍ତି ମୁତାବକ ଆଗାମୀ କାର୍ୟ୍ଯ ପନ୍ଥା ସ୍ଥିର କରାଯିବ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କର ହିତକୁ ଅଗ୍ରାଧିକାର ଦେଇ ପ୍ରଶାସନର ସମସ୍ତ ଆଦେଶକୁ ଆଦର ସହିତ ପାଳନ କରାଯିବ ବୋଲି ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ଜଣାଇଛନ୍ତି ।

0
0
0
s2sdefault