ଜନତା କର୍ଫ୍ୟୁ ଓ କରୋନା ସମ୍ପର୍କରେ ସଚେତନ କଲେ ପଦ୍ମପୁର ସହରର ଯୁବଗୋଷ୍ଠୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ : ବର୍ତ୍ତମାନ ସମୟରେ ପିଲା ଠୁ ବୁଢା ସମସ୍ତଙ୍କ ମୁହଁରେ ଗୋଟିଏ କଥା କରୋନା । ଚା ଖଟି ହେଉ ଅବା ଅଫିସ ଯେଉଁଠି ଦେଖିଲେ କେବଳ ମାତ୍ର କରୋନା ବିଷୟରେ ଚର୍ଚ୍ଚା ,କାହିଁକି ନା କରୋନା ଭୂତାଣୁ ଚାଇନା ରୁ ଆରମ୍ଭ କରି ସମଗ୍ର ବିଶ୍ବକୁ ଥରହର କରି ସାରିଲାଣି । ଏହି ମାରାତ୍ମକ ଭୂତାଣୁର କୌଣସି ପ୍ରତିସେଧକ ମିଲିନାହିଁ ,କେବଳ ସଚେତନତା ଦ୍ବାରା ହିଁ ଏହାକୁ ରୋକାଯାଇ ପାରିବ । ତେଣୁ ପ୍ରଶାସନିକ ସ୍ତରରେ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନେ ବିଭିନ୍ନ ଜାଗାରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ସାନିଟାଇଜରରେ,ସାବୁନ କିମ୍ବା ହେଣ୍ଡଓ୍ବାସ ରେ  ହାତ ଧୋଇବା , ମାକ୍ସ ପରିଧାନ କରିବା,ରୁଣ୍ଡ ନ ହେବା, ଥଣ୍ଡା କାଶ ହେଲେ ନିକଟସ୍ଥ ଡାକ୍ତରଖାନାରେ ଶୀଘ୍ର ଚିକିତ୍ସିତ ହେବା ଏପରି ସଚେତନ କରାଯାଉଛି । କରୋନା କୁ ଦମନ କରିବା ପାଇଁ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖକୁ ଜନତା କର୍ଫ୍ୟୁ ଦିବସ ଭାବେ ପାଳନ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି ।ଏହି ସବୁ ବାର୍ତ୍ତାକୁ ଆଜି ପଦ୍ମପୁର ସହରର କିଛି ଯୁବଗୋଷ୍ଠୀ ସେବକ ମେହେରଙ୍କ ନେତୄତ୍ବରେ ପଦ୍ମପୁର ସହରର ସମସ୍ତ ଦୋକାନ ଗୁଡିକୁ ଯାଇ ଲୋକଙ୍କୁ ସଚେତନ ହେବା ତଥା ଜନତା କର୍ଫ୍ୟୁ ଦିବସ ପାଳନ କରିବାକୁ ଅନୁରୋଧ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସୁନିଲ ଅଗ୍ରୱାଲ,ଗଣ ବଗର୍ତ୍ତି,ନିରୋଜ ଦାଶ,ଆଦିତ୍ୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault