ଶାନ୍ତିନଗରରେ ଅବ୍ୟବସ୍ଥା: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଶାନ୍ତି ନଗର ଦୁଇ ନମ୍ବର ୱାର୍ଡରେ ବସବାସ କରୁଥିବା ଲୋକେ ଏକ ଅଭିଯୋଗ ପତ୍ରରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ରରେ ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୨ ଶାନ୍ତି ନଗରରେ ପ୍ରଶାସନ ତରଫରୁ କରୋନା ଉପରେ ଲୋକଙ୍କୁ ସଚେତନତା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ଥିବା ଏ ପର୍ଯ୍ୟନ୍ତ ଆଖି ଦୃଶିଆ ହେଉ ନଥିବା ଅଭିଯୋଗ କରିଛନ୍ତି । ଵିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଫେଇ କାର୍ଯ୍ଯରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ମାସ୍କ ଓ ଗ୍ଲୋବସ ଭଳି ଅତ୍ଯାବଶ୍ଯକୟ ଜିନିଷ ଯୋଗାଇବା ସହ ଅଞ୍ଚଳର ନାଳ ନାର୍ଦମା କୁ ସଫା ରଖିବା ଏବଂ ସପ୍ଲାଇ ପାଣିରେ ଆସୁଥିବା ନାର୍ଦମା ପାଣି  ଉପରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି । ଶାନ୍ତି ନଗରରେ ଥିବା ଦୁଇଟି ମୁଖ୍ଯ ଡ୍ରେନର ସମସ୍ୟା ରହିଛି । ଦୁଇଟି ଯାକ ଡ୍ରେନ ଦୀର୍ଘ କୋଡ଼ିଏ ବର୍ଷ ପୂର୍ବେ ତିଆରି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ତାର କୌଣସି ମରାମତି କାମ ହୋଇ ନାହିଁ । ଫଳରେ ଦୁଇଟି ଯାକ ଡ୍ରେନ ଭଙ୍ଗା ଅବସ୍ଥାରେ ପଡିରହିଛି । ଡ୍ରେନର ମଇଳା ଦୀର୍ଘ ୧ ମାସ ହେଲାଣି ଏନ୍ ଏ ସି ସଫା କରି ନାହାଁନ୍ତି । ଶାନ୍ତି ନଗରରେ ଥିବା ଏକ ହୋଟେଲ,ହଟ୍ ଷ୍ଟପ୍ ତାର ସମସ୍ତ ମଇଳା ଓ ମଇଳା ପାଣିକୁ ଷ୍ଟପ୍ ତାର ସମସ୍ତ ମଇଳା ଓ ମଇଳା ପାଣିକୁ ଶାନ୍ତି ନଗର ରାସ୍ତାରେ ଡ୍ରେନିଜ୍ କରାଯାଇଛି । ଶାନ୍ତି ନଗର ପ୍ରବେଶ କଲାବେଳେ ଭେଉଁରିଆ ରାସ୍ତାର ଉଭୟ ପାର୍ଶ୍ବରେ ମଇଳା ଗଦା ଗଦା ପଡି ରହିଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ଶାନ୍ତ ନଗର ପଡାବାସୀ କୁନାଲ ପାଣିଗ୍ରାହୀ,ଅମୀୟ କୁମାର ପୁରୋହିତ,ଅନୀତା ପଣ୍ଡା,ବିଷୟା ପଣ୍ଡା,ପ୍ରତାପ ନାଥ, ମହେଶ ବେହେରା, ସୁଦାମ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault