କରୋନା : ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ ସମଗ୍ର ବିଶ୍ୱ, କରୋନା ରୋଗ କୁ ନେଇ ଭୟଭୀତ, ଆତଙ୍କିତ ଓ ସଂକ୍ରମିତ । ସ୍ଥିତି ର ଭୟାବହତା ଓ ଗୁରୁତ୍ୱ କୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିସାରିଛି । କରୋନା ଭୁତାଣୁ ସଂକ୍ରମଣ କୁ  ରୋକିବା ପାଇଁ ଭାରତ ର  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଆସନ୍ତା କାଲି କୁ ଜନତା କର୍ଫ୍ୟୁ ଦିନ ଭାବରେ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ସମଗ୍ର ଦେଶବାସୀ ଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ରୁ ରାତ୍ରି ୯ଟା ଯାଏଁ ଘରୁ ନବହାରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ମର୍ମରେ ଆଜି ସମ୍ବଲପୁର ର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଜନତା କର୍ଫ୍ୟୁ କୁ ସମର୍ଥନ କରିବା ବେନର ସଙ୍ଗେ ସଙ୍ଗେ ବିଭିନ୍ନ ସଚେତନତା ର ବାର୍ତ୍ତା ଲେଖା ଥିବା ପ୍ଲାକାର୍ଡ ଧରି  ଅନୁଷ୍ଠାନ ର କର୍ମକର୍ତ୍ତାଗଣ ମୁହଁରେ ମାସ୍କ ଲଗେଇ ନିଜ ନିଜ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରକ୍ଷା କରି ହାତରେ ବେନର ଓ ପ୍ଲାକାର୍ଡ ଧରି ଛିଡା ହୋଇଥିଲେ ସହରର ଅନେକ ଗନଗହଲିପୂର୍ଣ୍ଣ ଅଞ୍ଚଳରେ । ସହରର ଲକ୍ଷ୍ମୀ ଟକିଜ, ଗୋଲବଜାର, ବୈଦ୍ୟନାଥ ଛକ, ଶକ୍ତି ଛକ, ସହିଦ ଛକ, ଜି ଏମ କଲେଜ ରୋଡ଼ ଭଳି ସ୍ଥାନମାନଙ୍କରେ କରାଯାଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ ।

ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁଦାମ ମେହେର ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗୀତା ରାଣୀ ପଣ୍ଡା, କାନ୍ତି ମେହେର, ରେନୁ କରିମ, ରନଞ୍ଜିତା ପ୍ରିୟଦର୍ଶିନୀ, ଦେବୀ ପ୍ରସାଦ ଭୋଇ, ଦେବାଶିଷ ବେହେରା, ରାଜେଶ ସ୍ୱାଇଁ, ରାହୁଲ ଗୁପ୍ତା, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault