ସିଙ୍ଗାପୁରରେ ଚାକିରୀ କରେଇ ଦେବ କହି ଯୁବତୀଙ୍କଠାରୁ ଅନ୍ ଲାଇନରେ ଲୁଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି) - ପ୍ରଥମେ ଫୋନ କଲ ଓ ପରେ ଇମେଲ୍। ଶେଷରେ ଅନ୍ ଲାଇନରେ ସିଙ୍ଗାପୁରରେ ଏକ ନାମୀଦାମୀ ହୋଟେଲରେ ଚାକିରୀ କରାଇଦେବାର ପ୍ରତିଶ୍ରୁତି ଦେଇ ବ୍ୟାଙ୍କ ଜମାଖାତାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୪ହଜାର ଟଙ୍କାରୁ ଊର୍ଧ୍ବ ଟଙ୍କା ଉଠାଇ ନେବା ପରେ ଚାକିରୀ ନାହିଁ କି ଯୋଗାଯୋଗ ବି ନାହିଁ। ଏମିତି ଅନ୍ ଲାଇନ ଠକାମୀର ଶିକାର ହୋଇଛନ୍ତି ବାରିପଦା ସ୍ବରୂପ ନଗର ଅଞ୍ଚଳର ଜଣେ ଯୁବତୀ ତେଜପ୍ରୀତ୍ କ‌ୌର। ଗତବର୍ଷ ନଭେମ୍ବର ୨୦ରେ ପ୍ରଥମେ ଯୁବତୀ  ଜଣକ +୯୧-୯୯୯୦୩୯୧୯୮୫ ନମ୍ବରରୁ ଏକ କଲ୍ ପାଇଥିଲେ। ଏହା ସହିତ ଏକ ଇମେଲରେ ସିଙ୍ଗାପୁରର ହିଲ୍ଟନ ହୋଟେଲ୍ସ ଏଣ୍ଡ୍ ରିସୋର୍ଟ‌୍ସରେ ଚାକିରୀ କରାଇଦେବାର ଅଫର୍ ମଧ୍ୟ ପାଇଥିଲେ। ତେବେ ଏଥିପାଇଁ କିଛି ଅର୍ଥ ଆବଶ୍ୟକ ଥିବାରୁ ଯୁବତୀଜଣଙ୍କ ବିଭିନ୍ନ ପର୍ଯ୍ୟାୟରେ ୬୪ହଜାର ଟଙ୍କାରୁ ଊର୍ଧ୍ବ ଅର୍ଥ ଉକ୍ତ ଇମେଲରେ ଦିଆଯାଇ ଥିବା ଆକାଉଣ୍ଟ ନମ୍ବରରେ ଟ୍ରାନ୍ସଫର କରିଥିଲେ। ସେହିପରି ନିଜର ଆଧାର କାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଇମେଲ୍ ଜରିଆରେ ପଠାଇଥିଲେ। ମାତ୍ର ଅଦ୍ୟାବଧି ଉକ୍ତ ସଂସ୍ଥା ନିକଟରୁ ଚାକିରୀ ନେଇ କୌଣସି କାଗଜପତ୍ର ଆସିନାହିଁ। ଏପରିକି ବର୍ତ୍ତମାନ ଉକ୍ତ ସଂସ୍ଥା ସହିତ ଯୋଗଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତବର୍ଷ ଡିସେମ୍ବର ୧୪ରେ ଶେଷଥର ପାଇଁ ଯୁବତୀଜଣଙ୍କ ଅନ୍ ଲାଇନରେ ଉକ୍ତ ସଂସ୍ଥାକୁ ଟଙ୍କା ପଠାଇଥିଲେ। ଏନେଇ ଯୁବତୀଜଣଙ୍କ ଗତକାଲି ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ  ଅନ୍ ଲାଇନ ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

 

0
0
0
s2sdefault