ହେଡଲାଇନସ୍:

ସୋଆ ପଗଡ଼ିରେ ଆଉ ଏକ ମୋତି :  ପ୍ରଫେସର  ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ ) ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିଦେ୍ର୍ଧଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ ନୂଆଦିଲ୍ଲୀ ସ୍ଥିତ ଏମ୍ସର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ । ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । 

୨୦୧୭ ମସିହାରେ ପ୍ରଫେସର ମହାପାତ୍ର ଏବଂ ତାଙ୍କ ଟିମ୍ ଓଡ଼ିଶାାର କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଥିଲେ । ଏହି ଜଟିଳ ଅପରେସନ ବିଶେଷତ୍ୱ ହେଉଛି ଗୋଟିଏ ଶିରା ଦୁଇ ଶିଶୁଙ୍କର ମୁଣ୍ଡରେ ରକ୍ତ ପ୍ରବାହ କରାଉଥିଲା । ତେଣୁ ଏହି ଅସ୍ତ୍ରୋପଚାରରେ ଏମ୍ସର ଶିରାବ୍ୟାଙ୍କରୁ ଏକ ଶିରା ଅଣାଯାଇ ବଳିଆର ମୁଣ୍ଡରେ ପ୍ରତ୍ୟାରୋପଣ କରାଯାଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଶିରା ପ୍ରତ୍ୟାରୋପଣ କରାଯାଇଥିଲା । 

୧୯୭୫ ମସିହାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ୍ କଲେଜରୁ ସ୍ନାତକ ଡିଗ୍ରୀ କରିବା ସହ ପ୍ରଫେସର ମହାପାତ୍ର ୧୯୭୯ରେ ଏମ୍ଏସ୍ ଏବଂ ୧୯୮୨ରେ ନୁ୍ୟରୋ ସର୍ଜରୀରେ ଏମ୍.ସିଏଚ୍ ଡିଗ୍ରୀ ଏମ୍ସରୁ ହାସଲ କରିଥିଲେ । ସେ ୧୯୮୩  ମସିହାରେ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଏଗ୍ଜାମିନେସନର  ସ୍ନାୟୁଶଲ୍ୟରେ ଡିଏନଟି କରିଥିଲେ । ତା’ପରେ ସେ ଏମ୍ସ ନୂଆଦିଲ୍ଲୀର ସ୍ନାୟୁଶଲ୍ୟ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ ଯୋଗ ଦେଇଥିଲେ ଏବଂ ୧୯୯୫ରୁ ୨୦୦୬ ପର୍ଯ୍ୟନ୍ତ ସେହି ବିଭାଗର ମୁଖ୍ୟଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ସେ ଲକ୍ଷ୍ନୋ ସ୍ଥିତ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସର  ନିର୍ଦ୍ଦେଶକ  ଏବଂ ନୂଆଦିଲ୍ଲୀ ଏମ୍ସର ଡିନ୍ (ରିସର୍ଚ୍ଚ) ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଛନ୍ତି । ପ୍ରଫେସର ମହାପାତ୍ରଙ୍କର ଶିଶୁ ସ୍ନାୟୁ ଅସ୍ତ୍ରୋପଚାର, ମସ୍ତିଷ୍କ ଆଘାତ ଏବଂ ସ୍କଲ୍ବେସ୍ ସର୍ଜରୀ କ୍ଷେତ୍ରରେ ବିଶେଷ ଦକ୍ଷତା ରହିଛି । ପ୍ରଫେସର ମହାପାତ୍ର ନୁ୍ୟରୋ ଅଟୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ଡଃ ଜିଓ ଭି. ଦେଶା ସ୍ୱର୍ଣ୍ଣପଦକ ଏବଂ ଫାର୍ମାକୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ସ୍ୱର୍ଣ୍ଣପଦକ ଭଳି ଅନେକ ପୁରସ୍କାରରେ ସମ୍ବାନିତ ହୋଇଛନ୍ତି । ବିଶିଷ୍ଟ ଡାକ୍ତରୀ ଶିକ୍ଷକ ଭାବେ ସେ ୨୦୦୭ ମସିହାରେ ଡକ୍ଟର ବି.ସି. ରୟ ଜାତୀୟ ପୁରସ୍କାର ହାସଲ କରିଛନ୍ତି । 

କୁଳପତି ଭାବେ ନିଯୁକ୍ତ ହେବା ପରେ ପ୍ରଫେସର ମହାପାତ୍ରଙ୍କୁ ସୋଆର ପ୍ରତିଷ୍ଠାତା  ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ତାଙ୍କୁ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ନିର୍ଦ୍ଦେଶକ  ପ୍ରଫେସର ମାନସ କୁମାର ମଲ୍ଲିକ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିଫ୍  ଭିଜିଲାନ୍ସ ଅଫିସର ଶ୍ରୀ ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

0
0
0
s2sdefault