ହେଡଲାଇନସ୍:

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ସ୍ଵାକ୍ଷର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଅତ୍ୟାଧୁନିକ ଚିକିତ୍ସାର ନିର୍ଭର ପ୍ରତିଶ୍ରୁତି ସହ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ମମ୍ ଲୋକାର୍ପିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ପରିଚାଳିତ ୱାନ୍-ଷ୍ଟପ୍, ମଲ୍ଟି ସୁପର ସ୍ପେଶିଆଲଟି, କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଶନିବାର ଲୋକାର୍ପିତ ହୋଇଯାଇଛି । 

ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ହସ୍ପିଟାଲ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏବଂ  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଛି ।

ପ୍ରତ୍ୟେକ ବିଭାଗରେ ବିଶେଷଜ୍ଞ ଏବଂ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ସମ୍ମମରେ  ସାମିଲ୍ କରାଯାଇଛି । ନୂତନ ଜ୍ଞାନ କୌଶଳ  ସମ୍ପନ୍ନ ସମ୍ମମ୍ ରେ  ଏମର୍ଜେନ୍ସି କେୟାର , ହାର୍ଟ କେୟାର, ଆଡ୍ଭାନ୍ସଡ ସର୍ଜିକାଲ୍ ପ୍ରୋସିଡିୟୋର୍, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରକୁ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ପ୍ରାୟ ୩୦ଟି ସ୍ପେଶାଲଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ରହିଛି । 

ସ୍ୱାସ୍ଥ୍ୟ ସେବାକୁ ନେଇ ସୋଆର ଏହି ନୂତନ ପଦକ୍ଷେପକୁ ପ୍ରଶଂସା କରିବା ସହ ଏହି ହସ୍ପିଟାଲ୍ ଓଡ଼ିଶାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ । 

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ସମ୍ମମରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବାରୁ ରାଜ୍ୟର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ ସହାୟକ ହେବ । ଲୋକଙ୍କୁ ଅଧିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ବେସରକାରୀ ଅନୁଷ୍ଠାନଗୁଡ଼ିକର ସହଯୋଗର ଆବଶ୍ୟକତା ରହିଛି । ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଦକ୍ଷେ ହାତକୁ ନେଉଥିବା ବେଳେ ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ନୂଆ ହସ୍ପିଟାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲ ଭାବେ ଅଭିହିତ କରିବା ସହ ଏହା ପୂର୍ବ ଭାରତର ଅନ୍ୟତମ ବୃହତ ହସ୍ପିଟାଲରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ରାଜ୍ୟ ସରକାର ଏଭଳି ପ୍ରୟାସ ଦିଗରେ ଅଧିକ ସହଯୋଗ କଲେ ଏହା ଦ୍ୱାରା ରାଜ୍ୟର ଲୋକମାନଙ୍କର ଲାଭ ହେବ ବୋଲି ଶ୍ରୀ ପ୍ରଧାନ କହିବା ସହ ସମ୍ମମ ଗରୀବ ଲୋକଙ୍କର ଚିକିତ୍ସା ଏବଂ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆୟୁଷ୍ମାନ ଭାରତ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ମଧ୍ୟ ଲାଗୁ କଲେ ଓଡ଼ିଶାର ଲୋକମାନେ ଉପକୃତ ହେବ ବୋଲି ସେ କହିଥିଲେ । 

ଲୋକାର୍ପଣ ଉତ୍ସବରେ ସୋଆର ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏବଂ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମମର ସିଇଓ ଡଃ ଶ୍ୱେତପଦ୍ମା ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମମରେ ୧୪ଟି ମୋଡୁଲାର ଓଟି ସହିତ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନ କୌଶଳ  ପର୍ଯ୍ୟବେସିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍ସା ଏମ୍ଆର୍ଆଇ ଏବଂ ଏଚ୍ଡିଆର୍ ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତଥା ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବାକୁ ସମ୍ମମ୍ ସମସ୍ତ ଉଦ୍ୟମ ଆରମ୍ଭ କରିଛି । 

ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ  ରଖି ସମ୍ମମର ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ  ପର୍ଯ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି । ରୋଗୀଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ସମ୍ମମର ମୂଳ ଲକ୍ଷ୍ୟ । ସମ୍ମମରେ ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସିଇଓ ଡଃ ଦାସ ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତନ ଆଣିବା ସହ ଭବିଷ୍ୟତରେ ଏହାକୁ ଏକ ବିଶାଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ । ସମ୍ମମ୍ ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ କି ଆମେ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରିବୁ । ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଲୋକଙ୍କ ମନରେ ସମ୍ମମ୍ କୁ  ନେଇ ଏକ ଆଶା ରହିଛି । ଏହି ଆଶା ଓ ଆବେଗକୁ ପାଥେୟ  କରି ଆମେ ରୋଗୀଙ୍କୁ ଉତମଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।

ସମ୍ମମରେ କାର୍ଡିଆକ୍ ସାଇନ୍ସେସ୍, ନୁ୍ୟରୋ ସାଇନ୍ସେସ୍, କି୍ରଟିକାଲ୍ କେୟାର, ପଲ୍ମୋନୋଲୋଜି, ଗ୍ୟାଷ୍ଟେ୍ରା ସାଇନ୍ସେସ୍, ଜଏଂଟ ରିପ୍ଲେସ୍ମେଂଟ ଏବଂ ଅର୍ଥୋପେଡିକ୍ସ, ରେନାଲ୍ ସାଇନ୍ସେସ୍ ଏବଂ ଅଙ୍କୋ ସାଇନ୍ସେସ୍ ଭଳି ଚିକିତ୍ସା କ୍ଷେତ୍ରରେ “ସେଂଟର ଅଫ୍ ଏକ୍ସିଲେନ୍ସ” ସ୍ଥାପନ କରିବାର ଯୋଜନା ରହିଛି । 

ସୋଆ ପରିଚାଳିତ ଡିମ୍ଡ ବିଶ୍ୱବିଦ୍ୟାଳୟ ଦେଶରେ କ୍ରମାଗତ ଭାବେ ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇଥିବା ବେଳେ ଏହା ଅଧିନରେ ୯ଟି ଡିଗ୍ରୀ ପ୍ରାପ୍ତ ଅନୁଷ୍ଠାନ  ରହିଛି ଏବଂ ୧୦,୦୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ ପରିଚିତ ଓ ସଫଳ ଅନୁଷ୍ଠାନ । ସମ୍ମମ ସମ୍ ହସ୍ପିଟାଲର  ନିକଟରେ ହିଁ ଆରମ୍ଭ ହୋଇଛି ।

0
0
0
s2sdefault