ହେଡଲାଇନସ୍:

ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) :-  ପ୍ରତ୍ୟେକ ମଣିଷର ସ୍ୱପ୍ନ ଖଣ୍ଡେ ଜମି ଓ ଗୋଟେ ଘର । ଯେଉଁ ଘରେ ସେ ତାର ପରିବାର ସହିତ ହସଖୁସିରେ ରହି ପାରିବ । କିନ୍ତୁ ପ୍ରତ୍ୟେକ ଙ୍କର ଭାଗ୍ୟରେ ଜମି କିମ୍ବା ଘର ନଥାଏ । ରାଜ୍ୟ ସରକାର ଙ୍କର ବସୁନ୍ଧରା ଯୋଜନା ପ୍ରତ୍ୟେକ ଭୂମିହୀନ ଗରିବ ଲୋକଙ୍କୁ ତାଙ୍କର ନିଜ ଜମି ପ୍ରଦାନ କରିବାର ଏକ ମହତ ଯୋଜନା । ଆଜି ଏହି ଯୋଜନାରେ ପାଇକମାଲ ତହସିଲ ଅନ୍ତର୍ଗତ ସାଲେପଲି , ଭାଗତପୁର ଓ ଚେରେଙ୍ଗାଝାଞ୍ଜ ଗ୍ରାମର ମୋଟ 14 ଜଣ ହିତାଧିକାରୀ ଙ୍କୁ ଘରଡ଼ିହ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା । ଜମି ପଟ୍ଟା ବିତରଣ ପାଇଁ ପାଇକମାଲ ତହସିଲ ଅଫିସ ରେ ଆୟୋଜିତ ଏକ ସଭାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ । ଏହି ସଭାରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ଡେପୁଟି କଲେକ୍ଟର ଦୀପ୍ତିମଇ ଭୁଏ , ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କର ସମେତ ଓଡ଼ିଶା ସରକାର ଙ୍କର ଗୃହ ବିଭାଗର ଡେ଼ପୁଟି ସେକ୍ରେଟାରୀ ପ୍ରଫୁଲ୍ଲ ଚନ୍ଦ୍ର ସଂଖୁଆ , ଅଣ୍ଡର ସେକ୍ରେଟାରୀ ଶ୍ରୀ ଶ୍ରୀକାନ୍ତ ଚନ୍ଦ୍ର ପଣ୍ଡାଙ୍କର ସମେତ 54 ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସ ଙ୍କର ସମେତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀ ମାନେ ଉପଜିଲ୍ଲାପାଳ ଓ ଅତିରିକ୍ତ ତହସିଲଦାର ଙ୍କୁ କୃତଜ୍ଞତା ଜଣାଇଥିଲେ ।

0
0
0
s2sdefault