ହେଡଲାଇନସ୍:

ସରିଲା ଅବଧି,  କାଲିଠାରୁ କଡାକଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡକ୍ୟୁମେଣ୍ଟ ଚେକିଂ ବେଳେ ଲୋକ ଯେପରି ଅଧିକ ହଇରାଣ ହରକତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ 

 ଭୁବନେଶ୍ୱର : ସରିଲା ଅବଧି,  କାଲିଠାରୁ କଡାକଡି | ହେଲେ ମଦୁଆ ଚାଳକ,  ଦ୍ରୁତଗତିରେ ଯାଉଥିବା ଚାଳକ, ରେଡ ଲାଇଟ ନମାନି ଯାଉଥିବା ଚାଳକ, ଟ୍ରାଫିକ ଯାଉଥିବା ଦିଗର ବିପରୀତ ଦିଗରେ ଗାଡି ଚଳାଇଲେ, ଗାଡି ଚାଲିଲା ବେଳେ ମୋବାଇଲରେ କଥାହେଲେ, ବିପଜ୍ଜନକ ଡ୍ରାଇଭିଙ୍ଗ କଲେ, ଦୁଇ ଚକିଆରେ ତିନିଜଣ ବସିଲେ, ହେଲ୍ମେଟ ନ ପିନ୍ଧିଥିଲେ, ଗାଡି ଓଭର ଲୋଡ଼ ହୋଇଥିଲେ , ଏହି ୧୦ଟି ଅପରାଧ ଉପରେ କଡାକଡି ଯାଞ୍ଚ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର  |  ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ପରିବହନ କମିଶନର ପତ୍ର ମାଧ୍ୟମରେ ଜିଲ୍ଲାପାଳ, ଏସପି, ଡିସିପି ମାନଙ୍କୁ ପରାମର୍ଶ ଦେଇଛନ୍ତି | ଏହା ବ୍ୟତୀତ ସ୍କୁଲ ଗାଡି ଯଦି କ୍ଷମତା ବହିର୍ଭୁତ ପିଲା ନେଉଥାନ୍ତି ତେବେ ତାକୁ ବି କଡାକଡି ଭାବେ ଯାଂଚ କରାଯିବ | 

ହେଲେ ଡକ୍ୟୁମେଣ୍ଟ ଚେକ କଲାବେଳେ ଲୋକ  ଯେମିତି ବେଶୀ ହଇରାଣ ହରକତ ନହେବେ ସେଥିପ୍ରତି ଯତ୍ନବାନ ହେବାକୁ  ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି |  ଗୋଟିଏ ସମୟରେ ମାତ୍ର ୪ଟି ଗାଡିକୁ ଅଟକାଯାଇପରିବ ବୋଲି କମିଶନର ତାଙ୍କ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି | 

0
0
0
s2sdefault