ହେଡଲାଇନସ୍:

ଚାଷୀଙ୍କ ବିଦ୍ୟୁତ ଶୁଳ୍କ ମାଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଦାବିପତ୍ର  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡ଼ିତ  ଅଂଚଳ  । ଏଠାକାର ଚାଷି ସାଧାରଣତଃ ଚାଷ ପାଇଁ ବର୍ଷା ଜଳ ଉପରେ ଭରଷା କରିଥାନ୍ତି  । ଚାଷୀ ମାନଙ୍କ ଉଦ୍ୟମ କ୍ରମେ ସରକାର ଗଭୀର ନଳକୂପ ମାନ ଦେଇଛନ୍ତି  । ହେଲେ ବର୍ତମାନ ସମୟରେ ବିଦ୍ୟୁତ ବିଭାଗ ଅମାନୁସିକ ଭାବରେ ବିଦ୍ୟୁତ ବିଲ ମାନ ପଇଠ କରିବାକୁ ବାଧ୍ୟ କରୁଛନ୍ତି  । ଯାହାକି ଚାଷୀ ପଇଠ କରିବାକୁ ଅକ୍ଷମ  । କେତେକାଂଶ ଜାଗାରେ ଚାଷୀମାନେ ବ୍ୟବହାର ନ କରିଥିଲେ ମଧ୍ୟ ତାଙ୍କ ପାଖୁ ନିୟମିତ ବିଲ ଆସୁଥିବା ଅଭିଯୋଗ କରିଛନ୍ତି  । ବର୍ତ୍ତମାନ ବିଦ୍ୟୁତ ବିଭାଗ ବକେୟା ବିଲଧାରୀଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରୁଥିବା ହେତୁ ତାର ପ୍ରତିବାଦରେ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଦ୍ମପୁରଙ୍କ ଉପଜିିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି  । ଚାଷୀଙ୍କ ଶୁଳ୍କ ସମ୍ପୂଣ୍ଣ ମାଫ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି  ।

0
0
0
s2sdefault