ହେଡଲାଇନସ୍:

୩୦ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ଥାନୀୟ ମୁଖ୍ୟ ଡାକ ବଙ୍ଗଳା ସମ୍ମୁଖରେ ଉପସ୍ଥିତ ଥିବା ଚିରବନ୍ଦନୀୟ, ସ୍ମରଣୀୟ ଆଦର୍ଶ ମହାନ ସ୍ୱାଧୀନତା ସଂଗ୍ରାମୀ, କବି ତଥା ବହୁମୁଖୀ ପ୍ରତିଭାଦୀପ୍ତ ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୬୭ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ତାଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ଅନୁଷ୍ଠିତ  ହୋଇଯାଇଛି । ପ୍ରତିମୂର୍ତ୍ତିସ୍ଥଳ ଚତୁଃପାଶ୍ୱର୍ ସଫେଇ ହେବା ସହିତ ତାଙ୍କୁ ଶ୍ରଦ୍ଧା ସୁମନାର୍ପଣ ଓ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି ଅଭିଯାନର ଅଧ୍ୟକ୍ଷ ବରିଷ୍ଠ  ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ  ଶପତଥୀ କହିଲେ ଯେ, ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀଙ୍କ ପ୍ରାତଃ ସ୍ମରଣୀୟ କାନ୍ତକବିଙ୍କ ସେହି କାଳଜୟୀ ବନ୍ଦନା ଆମର ପ୍ରତି ମୁହୂର୍ତ୍ତରେ ଉଚ୍ଚାରଣୀୟ ଆଦର୍ଶ ।  ବିଗତ ୪ ଦଶନ୍ଧି ଧରି ସମ୍ବୋଧନ ଠାରୁ ଉଚ୍ଚାରଣ, ଲିଖନ ଓ ବକ୍ତବ୍ୟର ଉପସଂହାରରେ ବ୍ୟବହୃତ-ବନ୍ଦେ ଉତ୍କଳ  ଜନନୀ’ ଆମ ଜାତିର ଆଗ୍ନେୟ ଆହ୍ୱାନ ଓ ସର୍ବକାଳୀନ ଉଚ୍ଚାରଣସିଦ୍ଧ ଦର୍ଶନ । ଏହି ଅମର ଲେଖା ଆମ ରାଜ୍ୟର ଜାତୀୟ ସଙ୍ଗୀତ ମାନ୍ୟତାପ୍ରାପ୍ତ ହୋଇଛି । କାନ୍ତ କବି ଓଡ଼ିଶା ବିଧାନସଭାରେ ଚାରିଥର ପ୍ରତିନିଧିତ୍ୱ କରିବା ସହିତ ୨ଥର ଉପବାଚସ୍ପତି ପଦ ନିର୍ବାହ କରିଥିଲେ । ଏହା ସହିତ ମାସିକ ସାହିତ୍ୟ ପତ୍ରିକା ‘ଡଗର’ର ପ୍ରତିଷ୍ଠାତା ଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ନିଷ୍ଠା , ଆଦର୍ଶ ଅତୁଳନୀୟ । ତାଙ୍କର ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ଜୀବନ ଦର୍ଶନକୁ ବୁଝାଏ । ତାଙ୍କର ଅମର କୀର୍ତ୍ତି ମଧ୍ୟରୁ-ପ୍ରଳୟ ଦୁନ୍ଦୁଭି, ଉନ୍ମାଦ, ଜାତୀୟ ପତାକା, କଣା ମାମୁଁ ଓ ଘରେ ଘରେ ସୁପରିଚିତ ତାଙ୍କର ବୁଢ଼ା ଶଙ୍ଖାରୀ ଅନ୍ୟତମ । ତାଙ୍କ ଆଦର୍ଶରେ ଆଜିର ଯୁବପୀଢ଼ୀ ଅନୁପ୍ରାଣୀତ ହେବା ପାଇଁ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । 

ଏହି ସ୍ମୃତିଚାରଣ ସଭାରେ ବର୍ଷିୟାନ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଲଭବ ମହାପାତ୍ର, କାନ୍ତକବିଙ୍କ ଦାୟାଦ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର, ଗୁରୁକଲ୍ୟାଣ ମହାପାତ୍ର, ଦିଲ୍ଲୀପ ଦାସଶର୍ମା, ଅଶୋକ ପାଲଟାସିଂହ, ଅରବିନ୍ଦ ତ୍ରିପାଠୀ,ନାରାୟଣ ଓଝା, ତନ୍ମୟ ସାମନ୍ତରାୟ, ସୌମ୍ୟରଞ୍ଜନ ରାଉତରାୟ, ପ୍ରଭାତ ସାହାଣୀ, ଲଗ୍ନଦୀପା ମିଶ୍ର, ବ୍ରଜବନ୍ଧୁ ପରିଡ଼ା, ମାନସ ରଞ୍ଜନ ସାହୁ, ପ୍ରମୋଦ ଦେବ୍, ନଗେନ୍ କୁମାର ନାୟକ, ଶିବଶଙ୍କର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault