ହେଡଲାଇନସ୍:

ଦୁର୍ନୀତି ବିରୋଧୀ ଆଭିମୁଖ୍ୟରେ କଠୋର ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଲାଞ୍ଚୁଆ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ : ଛନକା ପଶିଲାଣି ଲାଞ୍ଚୁଆଙ୍କ ଛାତିରେ 

  • ୬ ଜଣ ଅଧିକାରୀଙ୍କ ପେନସନ ସୁବିଧା ସ୍ଥାୟୀଭାବରେ ବନ୍ଦ କରିବା ପାଇଁ  ଆଜି ଦେଲେ ନିର୍ଦ୍ଦେଶ

  •  ଓବିସିସିର ପୁର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ପେନସନ ବନ୍ଦ ଓ ଚାକିରିରୁ ବରଖାସ୍ତ

  • ଏ ପର୍ଯ୍ୟନ୍ତ ୭୪ ଅଧିକାରୀ ବରଖାସ୍ତ.୧୫ ଜଣଙ୍କୁ ବାଧ୍ୟତାମୁଳକ ଅବସର

ଭୁବନେଶ୍ୱର ( ଶାସକ ପ୍ରଶାସକ) :  ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ନୀତିରେ ଅଟଳ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ହୃଦବୋଧ କରି ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ମୁଳୋତ୍ପାଟନ ପାଇଁ ଗୁରୁତ୍ୱ ଦେଇ ଆସିଛନ୍ତି | ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୁପ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ସ୍ଥାୟୀଭାବରେ ବନ୍ଦ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତିତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୁଳକ ଅବସର ଦିଆଯାଇଛି । ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୫ ଜଣଙ୍କ ବାଧ୍ୟତାମୁଳକ ଅବସର ଦିଆଯାଇଛି । ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଂଚୁଆ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି- ଓବିସିସିର ପୁର୍ବତନ ସର୍ବୋଚ୍ଚ ଯନ୍ତ୍ରୀ  ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ । ତାଙ୍କର ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଆଜି ସ୍ଥାୟୀ ଭାବରେ ପେନସନ ବନ୍ଦ ହୋଇଥିବା ଅନ୍ୟ ଲାଂଚୁଆ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡ଼ା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବଡିଭିଜନ କାମାକ୍ଷାନଗର ର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁରରୁ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି । 

ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଦୁଇଜଣ ଅଧିକାରୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଅରୁଣ କୁମାର ପୁରୋହିତ । ଏହି ଦୁଇ ରାଜସ୍ୱ ବିଭାଗ ଅଧିକାରୀ ଏକାଧିକବାର ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଜେଲ୍ ମଧ୍ୟଯାଇଥିଲେ । ଏହି ସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି  ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

0
0
0
s2sdefault