ହେଡଲାଇନସ୍:

ସରସ୍ବତୀ ଶିଶୁ ମନ୍ଦିରରେ ଶିଶୁ ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ଲଇଡା,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଶନିବାର ଶିଶୁ ଭାଇଭଉଣୀ ମାନଙ୍କ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଲଇଡା ଗ୍ରିଡ ର ଟେକ୍ନିସିଆନ ତଥା  ଅଭିଭାବକ ଅସିତ କୁମାର ସାହୁ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟା ମନ୍ଦିର ର ପ୍ରଧାନାଚାର୍ୟ୍ୟ ପ୍ରମୋଦ କୁମାର କଟୁରୀ ସ୍ବାଗତ ଭାଷଣ ତଥା ଅତିଥୀ ପରିଚୟ ପ୍ରଦାନ କରିଥିଲେ। 

               ଏହି ଅବସରରେ ପରିଚାଳନା କମିଟୀ ର ସଭାପତି ଫକିର ମୋହନ ସାହୁ ମୁଖ୍ୟ ଅତିଥୀ ଭାବରେ ଯୋଗଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୋଧରାମ ନାୟକ,ପରିଚାଳନା କମିଟୀ ର ସଦସ୍ୟ ଭବାନି ଶଙ୍କର ନାୟକ,ସଦସ୍ୟା ସୀତା ସାହୁ ପ୍ରମୁଖ ସମ୍ବାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ଏଥିରେ ଶିଶୁ ଭାଇଭଉଣୀ ମଧ୍ୟରେ ଦ୍ବାରା ନୃତ,ଗୀତ,ବକୃତା ଓ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥୀ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ପରିଚାଳନା କମିଟୀ ର ସଂପାଦକ ମକୁନ୍ଦରାମ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟା ମନ୍ଦିର ର ଗୁରୁମା ରୋଜି ରଣା,ଅଞଳୀ ବେହେରା,ସୁପ୍ରିୟା ରଣା,ସୁଶ୍ରିତା ସାହୁ,ମୈାସୁମୀ ପରେଖ,ବେବି ବେହେରା,ଭାଗ୍ୟଶ୍ରୀ ସିଂ,କସ୍ତୁରି ସାହୁ,ମାତୃ ମଣ୍ଡଳୀ ଓ ଗୁରୁଜୀ ଅଶୋକ ଜୟପୁରୀୟା,ଯଶୋବନ୍ତ ସିଂ,ଶିତେଷ ଡିଲା,ସତ୍ୟବ୍ରତ ଦେହୁରୀ,ରମେଶ କାହାଲୀ ଓ ଉପେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

0
0
0
s2sdefault