ହେଡଲାଇନସ୍:

କେହି ସହୃଦୟ ବଢ଼ାନ୍ତେନି ଟିକେ ସହାୟତାର ହାତ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 2 ମାସର ଶିଶୁପୁତ୍ର ଶ୍ରୀଧରର ବଙ୍କେଇ ଯାଉଛି ଗୋଡ, ଚିକିତ୍ସା ପାଇଁ ଅର୍ଥାଭାବ

ପାଇକମାଲ:ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ଗାଁ ଗ୍ରାମରେ ବାସ କରନ୍ତି ହେମନ୍ତ ଶିକାଙ୍କ ପରିବାର | ଘରେ ବୁଢା ବାପା ମା ,ସ୍ତ୍ରୀ ଓ ସନ୍ତାନକୁ ନେଇ ହସଖୁସିରେ ଜୀବନ ଚାଲୁଥିଲା | ଗତ ଡିସେମ୍ବର ମାସ 5 ତାରିଖରେ ତାଙ୍କ ଘରେ ଆଉ ଏକ ଖୁସି ଖବର ନେଇ ଜନ୍ମ ନେଇଥିଲା ଏକ ଶିଶୁପୁତ୍ର, ଯାହାକୁ ନେଇ ସାରା ପରିବାର ଅତ୍ୟନ୍ତ ଖୁସି ହୋଇଯାଇଥିଲେ |  ଡାକ୍ତରଙ୍କୁ କହି ପରିବାର ନିୟୋଜନ  ଅସ୍ତ୍ରୋପଚାର ମଧ୍ୟ କରିନେଇଥିଲେ | କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ଶିଶୁପୁତ୍ରଟିର ଗୋଡ଼ ବଙ୍କେଇ ଯାଇଛି | ଯାହା ଦ୍ୱାରା ସେ ଭିନ୍ନକ୍ଷମ ହୋଇଯିବାର ସମ୍ଭାବନା ଥିବାରୁ  ତାଙ୍କ ସବୁ ଖୁସି ପାଣିରେ ମିଳେଇଗଲା |

ଏପଟେ ମାର ଅସ୍ତ୍ରୋପଚାର, ସେପଟେ ଶିଶୁପୁତ୍ରଟିର ଚିକିତ୍ସା ପାଇଁ ଅର୍ଥାଭାବ | ବୃତ୍ତିରେ ଦିନମଜୁରିଆ ଭବେ କାମ କରୁଥିବା ହେମନ୍ତ ଶିକାଙ୍କ ପାଇଁ କଟକ ନେଇ ପିଲାଟିର ଚିକିତ୍ସା କରେଇବା ବଡ଼ କଷ୍ଟକର ଉପାୟ ବୋଲି ମୁଣ୍ଡରେ ହାତ ଦେଇ ଘରେ ବସିଥିଲେ | ସଚେତନତାର ଅଭାବ ଯୋଗୁଁ ଲୋକେ ଆଜିମଧ୍ୟ ମାଗଣା ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ର ଅନେକ ପ୍ରମାଣ ରହିଛି | ତନ୍ମଧ୍ୟରୁ ଏହି ଘଟଣା ଅନ୍ୟତମ | କୌଣସି ସୂତ୍ରରୁ ଏହି ଖବର ପାଇବା ପରେ ଦିବସ କୁମାର ସାହୁ ତାଙ୍କ ଘରକୁ ଯାଇ ପ୍ରଥମେ ତାଙ୍କୁ ଆଶ୍ୱାସନା ଦେଇ ସରକାରୀ ସୁବିଧା ସୁଯୋଗ ଯୋଗେଇଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ |  ବରଗଡ଼ ଜିଲ୍ଲାର ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକଙ୍କୁ ଫୋନ ଯୋଗେ ସମସ୍ତ ତଥ୍ୟ ପ୍ରଦାନ କରି ତାଙ୍କୁ ସରକାରୀ ସ୍ଥରରେ ମାଗଣା ଚିକିତ୍ସା ସହାୟତା ଯୋଗେଇଦେବାକୁ ଅନୁରୋଧ କରିଥିଲେ | ତାଙ୍କ ଅନୁରୋଧ ରକ୍ଷାକରି ମଙ୍ଗଳବାର ଦିନ ତାଙ୍କ ତରଫରୁ ଏକ ଗାଡ଼ିରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଆବଶ୍ୟକ ସ୍ଥଳେ ଉଚ୍ଚ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ |  ଅତ୍ୟନ୍ତ ଗରୀବ ଶ୍ରେଣୀର ବିପିଏଲ ପରିବାରର ହୋଇଥିବାରୁ ତାଙ୍କ ପାଖେ ବାହାରକୁ ଯାଇ ଚିକିତ୍ସା କରେଇବା ସମ୍ଭବ ହେଉନଥିବାରୁ ବ୍ୟକ୍ତିଗତ ଭାବେ ଶ୍ରୀ ସାହୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ |  ଅନ୍ୟପକ୍ଷରେ ସରକାର ତରଫରୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ଚିକିତ୍ସା ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ସରକାରଙ୍କୁ  ତଥା ପ୍ରଶାସନକୁ ଅନୁରୋଧ କରିଛନ୍ତି | 

0
0
0
s2sdefault