ହେଡଲାଇନସ୍:

ଗଜ ଆତଙ୍କ : ଜଣେ ମୃତ, ଦୁଇ ଆହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆପଡା: ଜିଲ୍ଳାର ବୋଡେନ ଥାନା କର୍ଲାକୋଟ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଟୁ ଦଲ (୪୫)ବର୍ଷ ଏବଂ ଦୁଇ ଆହତଙ୍କୁ ବୋଡେନ ଚିକିତ୍ସାଲୟରେ ଭର୍ତିକରାଯାଇଛି । ସୂଚନା ଅନୁସାରେ ବିଷ୍ନୁ ଙ୍କ ସମେତ ୩ ଜଣ ଦରଗାଁ ରୁ ବିବାହ ଭୋଜି ଖାଇ ଟାଙ୍ଗରି ପଡାକୁ ଫେରୁଥିବା ବେଳେ ବାଟରେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ବିଷ୍ନୁ ନାମକ ଜଣେ ବ୍ୟକ୍ତିଙ୍କୁ କଚାଡି ମାରି  ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ କୁ ଦେଖି ଅନ୍ୟ ଦୁଇଜଣ ବ୍ୟକ୍ତି ପାଖରେ ଥିବା ଏକ କେନାଲ ଭିତରକୁ ଡେଇ ପଡିଥିଲେ । ଫଳରେ ଜୀବନ ଭୟରେ  ସେ ଦୁଇଜଣ ବ୍ୟକ୍ତି ରକ୍ଷା ପାଇଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବୋଡେନ ମେଡିକାଲରେ ଭର୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ଖବରପାଇ ବନବିଭାଗ ଅଧୀକାରୀ ମଧ୍ୟ ଘଟଣା ସ୍ଥଳରେ ପହଂଚିଥିଲେ ବୋଲି ଲୋକଙ୍କ ମନରେ ଗଭୀର ଅସନ୍ତୋଷ ଦେଖା ଦେଇଥିଲା | 

 

0
0
0
s2sdefault