ହେଡଲାଇନସ୍:

ନାମକୁ ନାମାଙ୍କନ: ଅବିକଳ୍ପ ବିଜୁ ନନ୍ଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (): ଆଜି ବିଜୁ ଜନତା ଦଳର ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ଆଉ ତାଙ୍କ ସହ କାର୍ଯ୍ୟକାରିଣୀ କମିଟି ପାଇଁ ମଧ୍ୟ ସଦସ୍ୟମାନେ ନାମାଙ୍କନ କରିବେ । ହେଲେ ଏହା କେବଳ ଔପଚାରିକତା ମାତ୍ର । କେବଳ କାଗଜ କଲମରେ ନିର୍ବାଚନ କମିଶନରେ ଦଳିଲ ପାଇଁ କାଗଜକଲମରେ ଆଉ ଟିଭି କ୍ୟାମେରାରେ ଏକ ରେକର୍ଡ ପେଶ ପାଇଁ ଆବଶ୍ୟକ ଦସ୍ତାବିଜ ମାତ୍ର,  ଦଳ ଭିତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସୃତ ହେଉଛି ବୋଲି ଦର୍ଶାଇବା ପାଇଁ । ହେଲେ ବାସ୍ତବିକ ଏହା ଅନାବଶ୍ୟକ ।

                               file photo from internet

କାରଣ ଓଡ଼ିଶାରେ  ଯେମିତି ଅବିକଳ୍ପ ନବୀନ, ବିଜେଡିରେ ବି ବିକଳ୍ପ ଶୁନ୍ୟ ନବୀନ । ଓଡିଶା ରାଜନୀତିରେ ଲୋକପ୍ରିୟତାରେ ସର୍ବକାଳୀନ ଶୀର୍ଷରେ ନବୀନ ।  ଅସମାନ୍ତର ନବୀନ, ଅପହଞ୍ଚ ନବୀନ । ବିଜେଡିର ଗର୍ବ ନବୀନ, ବିରୋଧୀଙ୍କ ଈର୍ଷାର କାରଣ ନବୀନ ।  ବିଜେଡି ପାଇଁ  ଓନିଡା ଟିଭିର ସେଇ ପୁରୁଣା ବିଜ୍ଞାପନର ଟୟାଗ ଲାଇନ " owners pride neighbours envy"  ହିଁ ନବୀନ । ଏ ନାମାଙ୍କନ କେବଳ ଗଣତାନ୍ତ୍ରିକ ନବୀକରଣ ମାତ୍ର । କାରଣ ବିଜେଡି ମାନେ ନବୀନ । ସେ ହିଁ ପରିଚୟ, ସେ ହି ବିଜେଦି ସ୍ଥିତି ବା ବିଲୟ ର କାରଣ । ସେ ହି ବର୍ତ୍ତମାନ , ସେ ହିଁ ଭବିଷ୍ୟତ । ବିଜୁ ବାବୁଙ୍କ ସୁପୁତ୍ର ଭାବେ ରାଜନୀତିରେ ଗୁରୁଣ୍ଡି ଗୁରୁଣ୍ଡି ପ୍ରବେଶ କରିଥିବା ନବିନ ଏବେ ନିଜେ ଗୋଟେ ବ୍ରାଣ୍ଡ । ତାଙ୍କ ନାଁରେ ଭୋଟ , ତାଙ୍କ ନାଁରେ ବିଧାୟକ, ତାଙ୍କ ନାଁରେ ଲୋକସଭା ସାଂସଦ , ତାଙ୍କ ଦୟାରେ ରାଜ୍ୟସଭା ସାଂସଦ ବା ତାଙ୍କରି ଦୟାରେ ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପଦ । ସମ୍ପୂର୍ଣ ବିଜେଡି ପାଇଁ ଆଉ ବିଜେଡିର ନେତା, ବିଧାୟକ, ମନ୍ତ୍ରୀ ଆଉ ସାଂସଦଙ୍କ ପାଇଁ ପରିଚୟ ପତ୍ରର ବଳିଷ୍ଠ ଦସ୍ତଖତ ନବୀନ । ବିଜେଡି ରଥର ସାରଥି ନବୀନ, ଉତ୍ତାଳ ତରଙ୍ଗକୁ କାଟି କାଟି ସବୁ ଝଡଝଞ୍ଜାକୁ ଅତିକ୍ରମ କରି କୂଳରେ ଲଗାଉଥିବା ବିଜେଡି ଦଙ୍ଗାର ନାଁ ହିଁ ନବୀନ । ବିଜେଡି ରାଜନୀତିରେ ମୃତ୍ୟୁଞ୍ଜୟ ମହାମନ୍ତ୍ର ହିଁ ନବୀନ । ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତିର ଜ୍ୱଳନ୍ତ ଉଦାହରଣ ହିଁ ନବୀନ । "କରି କରାଉ ଥାଏ ମୁହିଁ , ମୋବିନୁ ଅନ୍ୟଗତି ନାହିଁ"ର କରାଉଥିବା ଲୋକ ହିଁ ନବୀନ ।  ଓଡିଶା ରାଜନୀତିରେ ସମ୍ପ୍ରତି " ସର୍ବଧର୍ମ ପରିତ୍ୟଜ୍ୟ ମାମେକ ଶରଣମ ବ୍ରଜ""ର ଶରଣାଦାତା ହିଁ ନବୀନ । ସେ ନିର୍ବିରୋଧ, ଅବିକଳ୍ପ,  ସେ ହିଁ ଅସ୍ତିତ୍ବ । ନିର୍ବାଚନ କେବଳ ଗଣତାନ୍ତ୍ରିକ ଆବଶ୍ୟକତା  । ହେଲେ  "ନବୀନ" ତ୍ରିଅକ୍ଷରି ମହାମନ୍ତ୍ର କେବଳ ହିଁ ଆବଶ୍ୟକତା ବିଜେଡି ପାଇଁ । ବିଜେଡି ମାନେ ନବୀନ, ନବୀନ ମାନେ ବିଜେଡି । 

0
0
0
s2sdefault