ହେଡଲାଇନସ୍:

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁବାଟିକା ବିଭାଗ ଆନୁକୂଲ୍ୟରେ ଶନିବାର ପୂର୍ବାହ୍ନରେ ‘ଘରହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁବାଟିକା ବିଭାଗ ପ୍ରମୁଖ ଅନୁପା ମହାପା୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ବ୍ରହ୍ମପୁର ବିଭାଗ ସଂଯୋଜକ ବରେଣ୍ୟ ପ୍ରଭାକର ପଣ୍ଡା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଶୁର ପ୍ରଥମ ଗୁରୁ ମା’ ହୋଇଥିବା ବେଳେ ଦ୍ୱିତୀୟ ଗୁରୁ ହେଉଛନ୍ତି ଗୁରୁଜୀ ଓ ଗୁରୁମା । ଛୋଟ ଛୋଟ ପିଲାମାନେ ହେଉଛନ୍ତି ଅନୁକରଣ ପ୍ରିୟ । ପିଲାଟିଏ ଭଲ ମଣୀଷ ହେବା ପାଇଁ ବାପା ମା’ ଏବଂ  ଗୁରୁଜୀ ଗୁରୁମାଙ୍କର ଭୂମିକା ଅନେକାଂଶରେ ଗୁରୁତ୍ୱ ପୂର୍ଣ୍ଣ । ପ୍ରାଣ ସମଗ୍ର ପୃଥିବୀକୁ ବଂଚାଇ ରଖିଛି । ସେହି ପ୍ରାଣକୁ ସୁସ୍ଥ ଏବଂ ନିରୋଗୀ ରଖିବାର ସୁତ୍ର ହେଲା ଗାୟତ୍ରୀ ସାଧନ ବୋଲି ମୁଖ୍ୟ ଅତିଥି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଗାୟତ୍ରୀ ପରିବାର ଦାୟିତ୍ୱରେ ଥିବା ପ୍ରତାପ କୁମାର ଦାସ, ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଭଗବାନ ମହାପାତ୍ର, ନୟାଗଡ଼ ସଙ୍କୁଳର ସଙ୍କୁଳ ପ୍ରମୁଖ ବୈକୁଣ୍ଠ ବିହାରୀ ମିଶ୍ର, ପରିଚାଳନା ପରିଷଦ ସଦସ୍ୟ ପଦ୍ମନାଭ ସାହୁ, ରାଜକିଶୋର ସାହୁ, ପ୍ରମୋଦ କୁମାର ଦୋରା ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । 

 

 

0
0
0
s2sdefault