ହେଡଲାଇନସ୍:

ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରକୁ ବିଶ୍ୱର ଆଧୁନିକ ସହର କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ

ଭୁବନେଶ୍ୱର, (ଶାସକ ପ୍ରଶାସକ) - ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଏକାମ୍ର କ୍ଷେତ୍ର ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଏହି ପ୍ରାଚୀନ ମନ୍ଦିର କେବଳ ଧାର୍ମିକ ବିଶ୍ୱାସ ନୁହେଁ ଓଡିଆ ଜାତିର ବୈଜ୍ଞାନିକ ଭିତିଭୂମି ଓ ଜ୍ଞାନର ପ୍ରମାଣ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ପୂର୍ବଜମାନେ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲେ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଏହି ମନ୍ଦିର ଶତାବ୍ଦୀ ଶତାବ୍ଦୀ ଧରି ନିଜ ପରିଚୟ ଦେଉଛି ଏବଂ ଏହା ଓଡିଆ ମାନଙ୍କ ପାଇଁ ସୌଭାଗ୍ୟର ବିଷୟ । ଭୁବନେଶ୍ୱରକୁ ବିଶ୍ୱର ଆଧୁନିକ ସହର ଭାବେ ତିଆରି କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 

0
0
0
s2sdefault