ହେଡଲାଇନସ୍:

ପିଲାଙ୍କ ଖେଳ ପଡିଆ ନିଶାଡୀଙ୍କ ଭୂସ୍ବର୍ଗ : ବଡମାଁଙ୍କ ସମାଧି ପୀଠ ବି ବାଦ ପଡୁନି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କସ୍ତୁରବା ଗାନ୍ଧୀ ମାତୃ ନିକେତନ କର୍ତ୍ତୃପକ୍ଷ ଉଦାସୀନ, ମହତ ଉଦ୍ଦେଶ୍ୟ ବୁଝାପଡୁନି 

ବରଗଡ :- ମହାନ ସ୍ବାଧିନତା ସଂଗ୍ରାମୀ ପାର୍ବତୀ ଗିରି (ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଇଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନ ବର୍ତମାନ ଅବ୍ୟବସ୍ଥା ଘେରରେ । ବିଭିନ୍ନ ମହଲରୁ ବାରମ୍ବାର ଏ ନେଇ ଅଭିଯୋଗ ହେଉଥିଲେ ହେଁ ଏଠି ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କର ଉପରେ କୋଣସି ପ୍ରଭାବ ପଡୁ ନାହିଁ । ସେମାନଙ୍କର ଆଚରଣ ଓ ବ୍ୟବହାର ଦେଖିଲେ ମନେ ହେଉଛି ଏମାନେ କାହାରିକୁ ଖାତିର କରନ୍ତି ନାହିଁ । ଆଉ ଏ ଆଶ୍ରମ ହେଉଛି ସେମାନଙ୍କ ବୁନିଆଦି ଜାଗୀର | ଏମାନଙ୍କର ଦାୟୀତ୍ୱ ହୀନତା ଓ ଅସାଧୁ ମାନସିକତା ପାଇଁ ଏହି ସୁନ୍ଦର ଓ ପ୍ରତିଷ୍ଠିତ ଆଶ୍ରମ ଏବେ ବର୍ବାଦ ହେବାର ଦ୍ୱାରଦେଶରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି | 

       ସରକାର ଏହି ଅନୁଷ୍ଠାନ ପରିଚାଳନା ନିମନ୍ତେ ରାଜ୍ୟ ରାଜକୋଷରୁ ଦରମା ପ୍ରଦାନ କରି କିଛି କର୍ମଚାରୀ ନିଯୁକ୍ତ କରିଛନ୍ତି ହେଲେ ନାତ ପିଲାଙ୍କୁ ସରକାରୀ ମେନୁ ଅନୁସାରେ ଖାଦ୍ୟ ମିଳୁଛି ନାହି ଅନ୍ୟାନ୍ୟ ସୁବିଧା । ମନେ ହେଉଛି ସତେ ଯେମିତି ଏହି ଛୁଆ ମାନେ ସମସ୍ତ ଙ୍କର ପାଇଁ ଅଲୋଡ଼ା । ଆଜକୁ 2 ମାସରୁ ଉର୍ଦ୍ଧ୍ବ ସମୟ ହେବ ଛୁଆମାନେ କେବେ କେମିତି ଛାଡି ପନି ପରିବା ଖାଇବାକୁ ପାଇ ନାହାନ୍ତି । ଏହାର ମୁଖ୍ୟ କାରଣ ହେଲା ଏହି ଅନୁଷ୍ଠାନର ମୁଖ ନିଜର ମହତ ଉଦ୍ଦେଶ୍ୟ ରଖି ଆଶ୍ରମର ଅନ୍ତେବାସୀଙ୍କର ନିମନ୍ତେ ପରିବା ଚାଷ ହେଉଥିବା ବାରିକୁ ଜଣେ ବ୍ୟକ୍ତିକୁ ବେଆଇନ ଭାବରେ ଲିଜରେ ପ୍ରଦାନ କରିଛନ୍ତି  ।ଅବଶ୍ୟ ଏହି ଅନୁଷ୍ଠାନ ପ୍ରତି ଏହି ଭଳି ଅଭିଯୋଗ କିଛି ନୂଆ ନୁହଁ ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ ମାନେ ମଧ୍ୟ ବାରମ୍ବାର ଏହି ଅବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦେଶ କରି ତାଗିଦ ମଧ୍ୟ କରି ସାରିଛନ୍ତି ହେଲେ ପରିଣାମ ସୁନ । ଜିଲ୍ଲାପାଳଙ୍କର ନିର୍ଦେଶ କୁ ମଧ୍ୟ ଖାତିର କରୁନାହିଁ ଏହି ଅନୁଷ୍ଠାନର ମୁଖ୍ୟ । ଅବଶ୍ୟ ଜିଲ୍ଲାପାଳଙ୍କ ଠାରୁ ଆଉ କେହି ବୋଧେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ପୃଷ୍ଠପୋଷକତା ଦେଉଥିବା !  

        ଆଜି କିନ୍ତୁ ପ୍ରସଙ୍ଗ ଭିନ୍ନ । ଆଜି ଆମେ କହିଛୁ ଛୁଆ ମାନଙ୍କର ପାଇଁ ରହିଥିବା ଖେଳ ପଡିଆ ବାବଦରେ । ଏହି ଖେଳ ପଡିଆକୁ ଲାଗି ରହିଛି ବଡମାଁ ଙ୍କର ସମାଧି ପୀଠ ।  ବଡମାଁ ଏହି ଅନୁଷ୍ଠାନର ବେତନଭୋଗୀ କର୍ମଚାରୀମାନଙ୍କୁ କେବଳ ତାଙ୍କର ଜନ୍ମଦିନ ବା ତିରୋଧାନ ଦିବସରେ ମନେପଡ଼ନ୍ତି । ସେଇ ଦୁଇଦିନ ବାଦେ ବଡ଼ମାଁଙ୍କୁ ପଚାରେ କିଏ ! ଆଉ ତାଙ୍କର ସମାଧି କଥା ଚିନ୍ତା କରିବା ତ ଦୂରର କଥା |  ବର୍ତ୍ତମାନ ଏହି ସମାଧି ପରିସର ପାଲଟିଛି ଅସାମାଜିକ ନିଶା ସେବନକାରୀ ମାନଙ୍କର ଅଡ୍ଡା । ପ୍ରତ୍ୟେକ ଦିନ ସନ୍ଧ୍ୟା ପରଠାରୁ ମଧ୍ୟ ରାତ୍ର ପର୍ଯନ୍ତ ନିଶା ସେବନ କରିଥିବା ବ୍ୟକ୍ତି ମାନଙ୍କର ପାଇଁ ଏହି ସ୍ଥାନ ପାଲଟି ଯାଏ  ଭୁସ୍ୱର୍ଗ । ଏପରିକି ମାଙ୍କ ସମାଧି ସ୍ଥଳ ବି ବାଦ ପଡ଼େନି | ଏଥି ପ୍ରତି ଏଠିକାର ପରିଚାଳକ ଆଜି ପର୍ଯନ୍ତ କୋଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବା ପଦକ୍ଷେପ ଗ୍ରହଣ କରିବା ପାଇଁ ଇଛୁକ ମଧ୍ୟ ନୁହନ୍ତି ଭଳି ମାନେ ହୁଏ । ତେଣୁ ପ୍ରଶାସନକୁ ସ୍ଥାନୀୟ ସଚେତନ ନାଗରିକ ମନେ ଅନୁରୋଧ କରିଛନ୍ତି ଯେ ଏହି ଅନୁଷ୍ଠାନ ପ୍ରତି ଦୟାଦୃଷ୍ଟି ପକେଇଲେ ଅନୁଷ୍ଠାନର ଭବିଷ୍ୟତ  ଉଜ୍ବଳ ହୁଅନ୍ତା | ନଚେତ ବଡ ମାଁ ଙ୍କର ସ୍ୱପ୍ନର ଦୁନିଆ କେତେବେଲେ ଉଜୁଡି ଯିବ | 

 

0
0
0
s2sdefault