ହେଡଲାଇନସ୍:

ରାତିରେ ପରୀକ୍ଷା ହେଲା :  ପରୀକ୍ଷାର୍ଥୀ ହୁଅନ୍ତୁ ହନ୍ତସନ୍ତ, ଦାୟିତ୍ୱ ତୁଟିଲେ ଗଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ଦିଲ୍ଲୀପ ମହାନ୍ତି : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନିୟନ୍ତ୍ରଣରେ ଆରମ୍ଭ ହୋଇଛି ମୁକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା। ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହିତ ଖେଳୁଥିବା ବେଳେ ରାତିରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ । ପୁଣି ସାମ୍ନା କୁ ଆସିଲା ମାଧ୍ୟମିକ ଶିକ୍ଷା ପରିଷଦ ର ଅବହେଳା। ଦିନ ୧-୩୦ ମିନିଟ ରେ ହେବାକୁ ଥୁବା ପରୀକ୍ଷା ସନ୍ଧ୍ୟା ୫ ଟା ପରେ ହେଉଥିବା ଦେଖିବାକୁ ମିଳିଛି।

ମୟୁରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦିନବେଳା ହେବା ପରିବର୍ତ୍ତେ ସନ୍ଧ୍ୟା ପରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପରୀକ୍ଷା ବିଳମ୍ବ ହେବା ପରେ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ ଏବିଷୟରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା କେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ନିଜ ଇଛା ରେ ପରୀକ୍ଷା ଆରମ୍ଭ କରିଥିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରୀକ୍ଷା ଦିନ ୪ ଟାରେ ସରିବାକୁ ଥିବା ବେଳେ ରାତି ୮.୩୦ ପର୍ଯ୍ୟନ୍ତ ଚାଲି ଥିବା ଦେଖିବାକୁ ମିଳିଛି।

0
0
0
s2sdefault