ହେଡଲାଇନସ୍:

ରିମାଣ୍ଡ ମଂଜୁର : ଅନୁପଙ୍କୁ ୩ ଦିନ, ଡ୍ରାଇଭରଙ୍କୁ ଦିନେ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କଳ୍ପନା ଦାସ ଓ ଝିଅ ବବଲି ଦାସ ଦତ୍ୟାକାଣ୍ଡ ମାମଲାରେ  ପ୍ରତି ଦିନ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। କେବଳ ଓଡ଼ିଶାରେ ନୁହେଁ ଏହି ମାମଲାଟି ସାରା ଛତିଶଗଡ଼ ରେ ମଧ୍ୟ  ଚର୍ଚାର ବିଷୟ। ଆଜି ରାୟଗଡ଼ ଜିଲ୍ଲା କୋଟ ଦୁଇ ହତ୍ୟାକାଣ୍ଡର ଅଭିଯୁକ୍ତ ଅନୁପ ସାଏ କୁ ୩ ଦିନ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ୧ ଦିନ ପାଇଁ ପୋଲିସ ରିମାଣ୍ଡ ପାଇଁ ମଞ୍ଜୁରୀ ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନୀ ପଚରାଉଚରା କରିପାରେ ଛତିଶଗଡ଼ ପୋଲିସ।

17 ତାରିଖ ଦିନ ଛତିଶଗଡ଼ ପୋଲିସ୍ ଅନୁପଙ୍କ ପୁତୁରାକୁ ନୋଟିସ୍ କରି ମର୍ଡର ରେ ବ୍ୟବହାର ହୋଇଥିବା ବୋଲେରୋ ଓ ଅନୁପ ବ୍ୟବହାର କରୁଥିବା ଇନୋଭା କାଗଜପତ୍ର ସହ ଚକ୍ରଧରନଗର ଥାନରେ ଉପସ୍ଥାପନ କରିବାପାଇଁ ନୋଟିସ ଦେଇଥିଲା ଛତିଶଗଡ଼ ପୋଲିସ। ହେଲେ ଗତକାଲି ଏହି ନୋଟିସ ଅନୁସାରେ ଅନୁପଙ୍କ ପୁତୁରା ଗାଡ଼ି ଦ୍ଵୟକୁ ଥାନାରେ ଉପସ୍ଥାପନ ନ କରିଥିବାରୁ ଆଜି କାଗଜପତ୍ର ସହ ଇନୋଭାକୁ ଅନୁପଙ୍କ ଘରୁ ଉଠେଇ ଆଣିଛି ଛତିଶଗଡ଼ ପୋଲିସ। ପ୍ରଶ୍ନ ଉଠୁଛି ଯେ ହତ୍ୟାରେ ବ୍ୟବହୃତ ହୋଇଥିବା ବୋଲେରୋ ଓ ଲୋହା ରଡ଼ ଗଲା କୋଉଠି। ୨୦୧୫ ରେ ଅନୁପ ସାଏ ବିକ୍ରି କରିଥିବା ବଲେରୋର ମାଲିକକୁ ଗତକାଲି ଚକ୍ରଧରନଗର ଥାନାରେ ଜେରା କରିଥିଲା ଛତିଶଗଡ଼ ପୋଲିସ। ହେଲେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଆଉ କଣ କଣ ତଥ୍ୟ ସାମ୍ନାକୁ ଆସିବ ତାହା ଦେଖିବାକୁ ରହିଲା ।

 

0
0
0
s2sdefault